fbpx
BSKY
BJD MC SKY
BJD MS SKY

Success Mantra: ବାରମ୍ବାର ଅସଫଳତା ଭାଙ୍ଗି ଦେଉଛି କି ମନୋବଳ, Positive ରହିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପାଖେଇ ଆସିଲାଣି ପରୀକ୍ଷା ଋତୁ । ଏଥିପାଇଁ ବିଦ୍ୟାର୍ଥୀ ଏବଂ ଶିକ୍ଷକଙ୍କ ପ୍ରସ୍ତୁତି ଜୋରଦାର ଚାଲିଛି । ସଂଘର୍ଷ ହେଉଛି ଜୀବନର ଏକ ଅଂଶବିଶେଷ । ପରୀକ୍ଷାରେ ସଫଳ ବା ଅସଫଳ ହେବା ଜୀବନର ଅନ୍ତ ନୁହେଁ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷାରେ ଅସଫଳତାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ । ପରବର୍ତ୍ତୀ ମୁହୂର୍ତ୍ତରେ anxiety, ଡ୍ରିପ୍ରେସନ୍ ଭଳି ମାନସିକ ରୋଗାଗ୍ରସ୍ତ ହୋଇଥାନ୍ତି । ଏହା ଆତ୍ମହତ୍ୟା ପ୍ରବଣତାକୁ ବୃଦ୍ଧି କରିଥାଏ । । ତେବେ ଦୁର୍ବଳମନା ହୋଇ ସହଜରେ ପରାଜୟ ସ୍ୱିକାର କରିବା କୌଣସି ସମସ୍ୟାର ସମାଧାନ ନୁହେଁ । ଜୀବନରେ ସଫଳତାର ସ୍ୱାଦ ଚାଖିବାକୁ ହେଲେ ଦୃଢ଼ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିବାକୁ ପଡ଼ିଥାଏ । ସକାରାତ୍ମକ ଚିନ୍ତାଧାରା ସହ ଆମେ ବିପରିତ ପରିସ୍ଥିତର ମୁକାବିଲା କରିପାରିବା । ତେବେ ଆସନ୍ତୁ ଜାଣିବା ସଫଳତା ହାସଲ କରିବା ପାଇଁ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ ।

୧. ଭୁଲରୁ ଶିଖିବା: କଥାରେ ଅଛି ଯେଉଁ ମଣିଷ କେବେ ଭୁଲ କରି ନାହିଁ ସେ କେବେ କିଛି ଶିଖିପାରି ନାହିଁ । ତେଣୁ ଭୁଲ କରିବା ପାଇଁ ଡରନ୍ତୁ ନାହିଁ । ପ୍ରତ୍ୟେକ ଭୁଲ ଆପଣଙ୍କୁ କିଛି ନୂତନ ଅନୁଭୂତି ଦେଇଥାଏ । ଅବଶ୍ୟକ ହେଲେ ନିଜ ଭୁଲକୁ ଏକ ଡାଏରୀରେ ଲେଖ ରଖନ୍ତୁ ଏବଂ ଏହାକୁ ସୁଧାରିବା ଦିଗରେ କାର୍ଯ୍ୟ କରନ୍ତୁ ।

୨. କ୍ଷମତାକୁ ଚିହ୍ନିବା: ଅଧିକାଂଶ ସମୟରେ ଦେଖାଯାଏ ଯେ ବ୍ୟକ୍ତି ଜଣଙ୍କ ବାରମ୍ବାର ଅସଫଳତାର ସାମ୍ନା କରି ନିଜକୁ ଦୁର୍ବଳ ଓ ଅକ୍ଷମ ମନେ କରିଥାଏ । ଆମକୁ ମନେ ରଖିବା ଉଚିତ ଯେ କୌଣସି ବ୍ୟକ୍ତି ପର୍ଫେକ୍ଟ ନଥାନ୍ତି । ସମସ୍ତଙ୍କ ମଧ୍ୟରେ କିଛି ନା କିଛି ତୃଟି ରହିଥାଏ । ସେହି ତୃଟିକୁ ଜୀବନର କେନ୍ଦ୍ର ଭାବି ଚାଲିଲେ ପ୍ରଗତିି ହେବ ନାହିଁ । ନିଜ ଦୁର୍ବଳତାକୁ ଶକ୍ତିରେ ପରିଣତ କରନ୍ତୁ ।

୩. ଇଚ୍ଛାଶକ୍ତିକୁ ଦୃଢ଼ କରିବା: ସବୁବେଳେ ସକାରାତ୍ମକ ଚିନ୍ତାଧାରା ସହ ଦିନର ଆରମ୍ଭ କରନ୍ତୁ । ନିଜ ଇଚ୍ଛାଶକ୍ତିକୁ ଦୃଢ଼ କରିବା ପାଇଁ କୁହନ୍ତୁ ‘ହଁ, ମୁଁ କରିପାରିବି’ । ନିଜ ଉପରେ ବିଶ୍ୱାସ କରନ୍ତୁ । ନିଜ କମଫର୍ଟ ଜୋନରୁ ବାହାରି ଚ୍ୟାଲେଞ୍ଜ ସ୍ୱିକାର କରନ୍ତୁ । ଜୀବନରେ ରିସ୍କ ନେବାକୁ ଡ଼ରନ୍ତୁ ନାହିଁ ।

୪. ଲକ୍ଷ୍ୟ ଉପରେ ଫୋକସ୍: କଥାରେ ଅଛି An aimless life is a sorrowful life । ତେଣୁ ସଫଳତା ପାଇବାକୁ ହେଲେ ନିଜ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ । ଜୀବନରେ ଏମିତି ଅନେକ କ୍ଷଣ ଆସେ ଯାହା ଆମକୁ ଲକ୍ଷ୍ୟ ପଥରୁ ବିଚ୍ୟୁତ କରିବା ପାଇଁ ଚେଷ୍ଟା କରିଥାଏ । ତେଣୁ ଦୃଢ଼ ମନ ସହ ହାର ନ ମାନି ଚେଷ୍ଟା କରନ୍ତୁ, ସଫଳତା ନିଶ୍ଚିତ ମିଳିବ । ତେବେ ବିନା ଲକ୍ଷ୍ୟରେ ସଫଳତା ହାସଲ କରିବା ସମ୍ଭବପର ନୁହେଁ ।

୫. ଆତ୍ମବିଶ୍ୱାସ ବଜାୟ ରଖନ୍ତୁ: ସବୁବେଳେ ସେହି କାମ କରନ୍ତୁ ଯେଉଁଥିରେ ଆପଣଙ୍କ ରୁଚି ରହିଛି । ଧୈର୍ଯ୍ୟର ସହ ନିଜ ମଧ୍ୟରେ ଥିବା ଦକ୍ଷତାର ବିକାଶ କରିବା ଦିଗରେ ପ୍ରୟାସ ଜାରି ରଖନ୍ତୁ । ଏହା ଆପଣଙ୍କୁ ନୂତନ ଉର୍ଜ୍ଜା ପ୍ରଦାନ କରିବା ସହ ମନକୁ ଶାନ୍ତି ଦେଇଥାଏ । ନିଜ ପସନ୍ଦର କାର୍ଯ୍ୟ କରିବା ଦ୍ୱାରା ଆପଣ ସବୁବେଳେ ଖୁସି ରହିଥାନ୍ତି । ନୂଆ ନୂଆ ଜିନିଷ ଶିକ୍ଷିବାରେ କୁଣ୍ଠାବୋଧ କରନ୍ତୁ ନାହିଁ । ଏହା ଆପଣଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିଥାଏ ଏବଂ ସଫଳତାର ଶିଖରକୁ ପହଂଚାଇଥାଏ ।

Get real time updates directly on you device, subscribe now.