fbpx

ଦୁଇ ଦିନ ବନ୍ଦ ରହିବ Income Tax E-Filing ୱେବସାଇଟ୍, ସମୟ ପୂର୍ବରୁ ଶେଷ କରନ୍ତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ କରଦାତା(Taxpayer) ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । TDS ଏବଂ TCS ଜମା କରିବା ଧାର୍ଯ୍ୟ ତାରିଖ ପୂର୍ବରୁ ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ୍ ୨ ଦିନ ପର୍ଯ୍ୟର୍ନ୍ତ ବନ୍ଦ ରହିବ । ତେଣୁ କରଦାତାମାନେ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଫେବୃଆରୀ ୩ ତାରିଖ ମଧ୍ୟରେ ଶେଷ କରିବା ପାଇଁ ଅଇଟି ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।
ରିପୋର୍ଟ ଅନୁଯାୟୀ ଉପଭୋକ୍ତାମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟରେ ମେଣ୍ଟେନାନ୍ସ କାର୍ଯ୍ୟ କରାଯିବ । ଏଥିପାଇଁ ଫେବୃଆରୀ ୩ ଅପରାହ୍ନ ୩ଟାରୁ ଫେବୃଆରୀ ୫ ସକାଳ ୮ଟା ପର୍ଯ୍ୟନ୍ତ ଆପଣ ୱେବସାଇଟରେ କୌଣସି କାମ କରିପାରିବେ ନାହିଁ । ତେଣୁ ସେହି ଅନୁସାରେ ଉପଭୋକ୍ତାମାନେ ଧାର୍ଯ୍ୟ ସମୟ ମଧ୍ୟରେ ନିଜ ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟ ଏବଂ ଏହା ସମ୍ବନ୍ଧୀୟ ସେବା ୨ ଦିନ ପର୍ଯ୍ୟନ୍ତ ଅସ୍ଥାୟୀ ଭାବରେ ବନ୍ଦ ରହିବ ।

 

Get real time updates directly on you device, subscribe now.