fbpx

ଏମ୍ସରେ ଭର୍ତ୍ତିି ହେଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Advertisement

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ଅର୍ଥମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ି ଯାଇଛି, ଯାହାଫଳରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କୁ ସୋମବାର ଦ୍ୱିପହର ପ୍ରାୟ ୧୨ଟା ସମୟରେ ଏମ୍ସ ନିଆଯାଇଥିବା ଜଣାପଡିଛି । ତେବେ ସାଧାରଣ ବଜେଟ୨୦୨୩କୁ ନେଇ ଲଗାତାର ସୀତାରମଣ ବୈଠକ କରୁଥିଲେ ।

ସୂଚନା ଅନୁସାରେ, ୬୩ ବର୍ଷୀୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏମ୍ସର ପ୍ରାଇଭେଟ ୱାର୍ଡରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ମନ୍ତ୍ରଣାଳୟରୁ ସୀତାରମଣଙ୍କ ସ୍ୱାସ୍ଥ୍ୟକୁ ନେଇ କୌଣସି ଅପଡେଟ ଦିଆଯାଇ ନାହିଁ ।

Get real time updates directly on you device, subscribe now.