ନୂଆଦିଲ୍ଲୀ: ଏକ ବଡ କାର୍ଯ୍ୟାନୁଷ୍ଠାନ ନେଇଛି କାର ନିର୍ମାତା କମ୍ପାନୀ ନିସାନ୍ । ଜାପାନୀ ଅଟୋମେକର ଏକାସହିତ 9 ହଜାର କର୍ମଚାରୀଙ୍କୁ ବାହାର କରିଖଥିବା ନେଅଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । 2024-25 ସେଲ୍ସ ପାଇଁ ପୂର୍ବାନୁମାନକୁ ମଧ୍ୟ ବନ୍ଦ କରିଦେଇଛି କମ୍ପାନୀ । ତେବେ ଏନେଇ ଅଟୋମେକର୍ସ ପକ୍ଷରୁ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇ କୁହାଯାଇଛି ଯେ, 9 ହଜାର କର୍ମଚାରୀଙ୍କୁ ବାହାର କରିବା ଦ୍ବାରା 20 ପ୍ରତିଶତ ଗ୍ଲୋବାଲ ପ୍ରଡକ୍ସନ କମିବ ।
ନିସାନର ଚିଫ୍ ଏକଜିକ୍ୟୁଟିଭ ଅଫିସର କହିଛନ୍ତି, ବର୍ଷର ପ୍ରଥମ 6 ମାସ ନର୍ଥ ଆମେରିକାନ୍ ମାର୍କେଟରେ କମ୍ପାନୀର ନେଟ୍ ପ୍ରଡକ୍ଟ 93 ପ୍ରତିଶତ ପର୍ଯ୍ୟନ୍ତ କମ୍ ହୋଇଛି । ନିସାନ 80 ବିଲିୟନ୍ ଡଲାରର ନେଟ୍ ସେଲର ଆଶା ରଖିଛି । ଯାହାକି 14 ଟ୍ରିଲିୟନ୍ ୟେନରୁ କମ୍ ଅଟେ । ନିସାନ ଏକ ଷ୍ଟେଟମେଣ୍ଟରେ କହିଛି, କମ୍ପାନୀ ବର୍ତ୍ତମାନ ଭଲ ପରିସ୍ଥିତି ଦେଇ ଗତି କରୁନାହିଁ । ଏଥିପାଇଁ ମାର୍କେଟରେ ହେଉଥିବା ପରିବର୍ତ୍ତନକୁ ବଦଳାଇବା ପାଇଁ ଆମେ ପୁରା ଚେଷ୍ଟା କରିବୁ ।
ନିସାନ ନିକଟରେ ଭାରତରେ ମ୍ୟାଗ୍ନାଇଟ୍ ଫ୍ୟାସଲିଫ୍ଟ ଲଞ୍ଚ କରିଛି । ଏହି କାର୍ ମଡନ ଏବଂ ଡାଇନାମିକ ଡିଜାଇନ ସହିତ ଆସୁଛି । ଏହି କାରର ରଙ୍ଗ ସନରାଇଜ କପର ଅରେଞ୍ଜ କରିଛି । ମୋଟ 13 ରଙ୍ଗରେ ଏହାକୁ ଲଞ୍ଚ କରିଛି କମ୍ପାନୀ । ଏହି ଗାଡିରେ 1.0 ଲିଟର ଟର୍ବୋ ଇଞ୍ଜିନ ଦେଇଛି । ଏହାର ମାଇଲେଜ 20 କିମି ରହିଛି । ଅନ୍ୟପଟେ ଯଦି ସିଭିଟି କଥା ଦେଖିବା ତାହାଲେ କାର୍ 17.4 ମାଇଲେଜ ପ୍ରଦାନ କରୁଛି । ଏହାର ଏକ୍ସ ସୋରୁମ ଦାମ୍ 5.99 ଲକ୍ଷରୁ ଆରମ୍ଭ ହେଉଛି ।