fbpx

(video)୫୦,୦୦୦ ଲୋକଙ୍କ ଲାଗି ରନ୍ଧା ହେଲା ୭୮୦୦ କିଲୋ ଖେଚୁଡି, ପ୍ରସ୍ତୁତିରେ କେନ୍ଦ୍ରମନ୍ତ୍ରୀ କଲେ ସହଯୋଗ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ପରିକଳ୍ପନା ଆଧାରରେ ନାଗପୁରରେ ଏବେ ଖାସଦାର ସାଂସ୍କୃତିକ ମହୋତ୍ସବ ଆରମ୍ଭ ହୋଇଛି । ଏହି ମହୋତ୍ସବ ଲାଗି ଆଜି ସକାଳେ ଇଶ୍ୱର ଦେଶମୁଖ ଶାରୀରିକ ପ୍ରଶିକ୍ଷଣ ମହାବିଦ୍ୟାଳୟ ପରିସରରେ ୭୮୦୦କିଲୋ ଖେଚୁଡି ମହାପ୍ରସାଦ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଆଜି ଗଜାନନ ବିଜୟ ଗ୍ରନ୍ଥ ମଧ୍ୟ ପାଠ କରାଯାଇଛି । ଭାରତର ପ୍ରସିଦ୍ଧ ସେଫ୍ ବିଷ୍ଣୁ ମନୋହର ଆଜି ଗଜାନନ ମହାରାଜଙ୍କ ଲାଗି ୭୮୦୦କିଲୋ ଖେଚୁଡି ମହାପ୍ରସାଦ ରାନ୍ଧିଛନ୍ତି । ଏହି ଅବସରରେ ସେଠାରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ପହଞ୍ଚି ଖେଚୁଡି ରନ୍ଧାରେ ହାତ ମିଶାଇଥିଲେ ।

ସାଂସଦ ଖାସଦାର ସଂସ୍କୃତି ମହୋତ୍ସବ ସମିତି ଅନୁଯାୟୀ ପ୍ରାୟ ୫୦,୦୦୦ ଶ୍ରଦ୍ଧାଳୁଙ୍କୁ ଏହି ମହାପ୍ରସାଦ ଖାଇବାକୁ ମିଳିବ । ସମିତି କହିଛି ଗଜାନନ ମହାରାଜ କହୁଥିଲେ କି ଅନ୍ନ ହିଁ ପୂର୍ଣ୍ଣ ବ୍ରହ୍ମ । ଏହି ଖେଚୁଡି ବିଷୟରେ ତାଙ୍କ ପୋଥିରେ ଉଲ୍ଲେଖ ରହିଛି ବୋଲି ସମିତି କହିଛି । ଏହି କାରଣରୁ ଆଜି ଏତେ ମାତ୍ରାରେ ଖେଚୁଡି ତିଆରି କରାଯାଇଛି । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଖେଚୁଡିରେ ତଡକା ଲଗାଇବାକୁ ସେଠାରେ ପହଞ୍ଚିଥିଲେ ଓ ସେ ଖେଚୁଡିରେ ମସଲା ଓ ଧନିଆପତ୍ର ପକାଇଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଦୈନିକ ହଜାର ହଜାର ଲୋକ ଏହି ସାଂସ୍କୃତିକ ମହୋତ୍ସବକୁ ଆସୁଛନ୍ତି । ଏହି ମହୋତ୍ସବରେ ଏଥର ମନୋରଞ୍ଜନ କାର୍ଯ୍ୟକ୍ରମ ବ୍ୟତିତ ସାହିତ୍ୟ, ସଂସ୍କୃତି, ନାଟକ, ଭକ୍ତି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହା ସହିତ ୫୦,୦୦୦ଲୋକଙ୍କ ପାଇଁ ୭୮୦୦କିଲୋ ଖେଚୁଡି ପ୍ରସ୍ତୁତ ହୋଇଛି, ଯାହା ଏକ ରେକର୍ଡ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.