fbpx

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ବଡ଼ ବିଜୟ: ୪ ପୌରାଞ୍ଚଳ ଉପ-ନିର୍ବାଚନରେ ଶଙ୍ଖ

ଓଡିଶା ଭାସ୍କର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ରାଜନୀତିକୁ ଉଷ୍ମ କରିଥିଲା ପୌରାଞ୍ଚଳ ଉପ-ନିର୍ବାଚନ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ କସରତ କରିଥିବା ବେଳେ ଆଜି ତାହାର ଫଳାଫଳ ବାହାରିଛି। ଏହି ୪ ପୌରାଞ୍ଚଳ ଉପ-ନିର୍ବାଚନରେ ବିଜେଡିର ବଡ଼ ବିଜୟ ହୋଇଛି।

ତେବେ ଚିକିଟି ଏନଏସି ଓ୍ୱାର୍ଡ ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ୩ନମ୍ବର ଓ୍ୱାର୍ଡରେ ବିଜେଡି ପ୍ରାର୍ଥୀ ହରପ୍ରସାଦ ଚୌଧୁରୀ ବିଜୟୀ ହୋଇଛନ୍ତି । ମୋଟ୍ ୫୦୧ ଭୋଟ୍ ମଧ୍ୟରୁ ହରପ୍ରସାଦଙ୍କୁ ୪୮୪ଭୋଟ୍ ମିଳିଛି । ବିଜେପି ପ୍ରାର୍ଥୀଙ୍କୁ ମାତ୍ର ୧୫ଖଣ୍ଡ ଭୋଟ୍ ମିଳିଛି । ଅନ୍ୟପଟେ ଜଗତସିଂହପୁର ପୌର ପରିଷଦ ୬ନମ୍ବର ଓ୍ୱାର୍ଡରେ ବି ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ରୋଜାଲିନ ଦାଶ ବିଜୟୀ ଘୋଷିତ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀଙ୍କୁ ୪୦୬ ଖଣ୍ଡ ଭୋଟ ମିଳିଥିବା ବେଳେ ମାତ୍ର ଖଣ୍ଡେ ଭୋଟ ଅଧିକ ପାଇ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି।ସେଠାରେ ବିଜେପି ଖାତାକୁ ମାତ୍ର ୨୧ ଖଣ୍ଡ ଭୋଟ୍‌ ମିଳିଛି।

ସେପଟେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି ଘଇଉ ଅଧକ୍ଷ ଉପନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ବିଜୟ ହୋଇଛି। ବିଜେଡି ପ୍ରାର୍ଥୀନୀ ଦେବାଶ୍ମିତା ଶତପଥୀଙ୍କ ବିଜୟ ହୋଇଛନ୍ତି ତାଙ୍କୁ ୩୧୧୧ ଖଣ୍ଡ ଭୋଟ ମିଳିଛି। ବିଜେପି ପ୍ରାର୍ଥୀ ରଞ୍ଜିତା ନାୟକ ୭୩୭ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ମଧୁଲିନା ଦିଗଲଙ୍କୁ ୬୧୪ ଖଣ୍ଡ ଭୋଟ୍ ମିଳିଛି । ସେହିପରି ଯୋଡ଼ା ପୌରପରିଷଦ ୮ ନମ୍ବର ୱାର୍ଡ ଉପନିର୍ବାଚନରେ ୫ ବିଜେଡି ପ୍ରାର୍ଥୀ ଶୁଭମ୍ ନାଏକ ୮୦୬ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ୨୨୯ ଖଣ୍ଡ ଭୋଟ ପାଇଛନ୍ତି ।

Get real time updates directly on you device, subscribe now.