fbpx

ଚୀନରେ ବ୍ୟାପୁଛି ରହସ୍ୟମୟୀ ଭାଇରସ୍‌, ଭ୍ୟାକ୍ସିନକୁ ନେଇ ଚିନ୍ତାରେ ଲୋକେ

ନୂଆଦିଲ୍ଲୀ: ପୁଣି ଡ଼ରାଇଲାଣି ଚୀନ । ଚୀନରେ ବ୍ୟାପୁଛି ରହସ୍ୟମୟୀ ଭାଇରସ । ଏହାକୁ ନେଇ ଚିନ୍ତାରେ ଭାରତ ସମେତ ଅନେକ ଦେଶ । ଲୋକମାନଙ୍କ ମନରୁ କୋଭିଡ଼ର ଭୟ ସମ୍ପୂର୍ଣ୍ଣ ଭାବରେ ଲିଭି ନଥିବା ବେଳେ ଚୀନରେ ଏଭଳି ଏକ ରହସ୍ୟମୟୀ ଭାଇରସ ଦ୍ୱାରା ସଂକ୍ରମଣ ବ୍ୟାପିବା ନେଇ ଅନେକ ଆଶଙ୍କା ଦେଖା ଦେଇଛି ।

ନୂଆଦିଲ୍ଲୀର ବିଶିଷ୍ଟ ହସ୍ପିଟାଲର ବରିଷ୍ଠ ପଲମୋନେଜିଷ୍ଟଙ୍କ କହିବାନୁଯାୟୀ ଚୀନରେ ବ୍ୟାପୁଥିବା ଏହି ଭାଇରାଲ ସଂକ୍ରମଣକୁ ନେଇ ବିଶେଷ କିଛି ତଥ୍ୟ ସାମ୍ନାକୁ ଆସିନି । ଏହି ସଂକ୍ରମଣ ବିଶେଷ କରି ଶ୍ୱାସନଳୀକୁ ପ୍ରଭାବିତ କରିଥାଏ । ଏହି ସଂକ୍ରମଣ ସ୍ୱଳ୍ପ ହେଲେ ରୋଗୀର ସୁସ୍ଥ ହେବାର ସମ୍ଭାବନା ଅଧିକ । ଏହି ସଂକ୍ରମଣ ଫୁସଫୁସରେ ବ୍ୟାପିଲେ ସ୍ଥିତି ଗମ୍ଭୀର ରୂପ ଧାରଣ କରିପାରେ । ଏହା ‘ଏକ୍ୟୁଟ୍ ରେସ୍ପିରେଟୋରୀ ଡିସ୍ଟ୍ରେସ୍ ସିଣ୍ଡ୍ରୋମ’ ର ଆଶଙ୍କା ବୃଦ୍ଧି କରିଥାଏ । ଏଭଳି ସ୍ଥିତିରେ ରୋଗୀକୁ ଅଧିକ ଅମ୍ଳଜାନର ଆବଶ୍ୟକତା ହୋଇଥାଏ । ଏହା ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟକୁ ବ୍ୟାପି ପାରେ । ଡ଼ାକ୍ତରଙ୍କ ମତରେ ଏହି ନୂଆ ସଂକ୍ରମଣ ଉପରେ କୋଭିଡ଼ ଭ୍ୟାକ୍ସିନ୍ କେତେ ଦୂର ପ୍ରଭାବଶାଳୀ ହେବ କହିବା କଷ୍ଟକର । ଯଦି ଭାଇରସଟି ନୂଆ ବା କୌଣସି ନୂଆ ଷ୍ଟ୍ରେନ୍ ଥାଏ ତେବେ ଏହା ସହଜରେ ଅନ୍ୟ ଦେଶକୁ ବ୍ୟାପି ପାରେ ।

ପିଲା, ବରିଷ୍ଠ ନାଗରିକ ଏବଂ ଗର୍ଭସ୍ଥ ମହିଳାମାନଙ୍କୁ ଏହି ସଂକ୍ରମଣ ବ୍ୟାପିବାର ସମ୍ଭାବନା ଅଧିକ । ତେଣୁ ସେମାନଙ୍କୁ ଅଧିକ ସତର୍କ ରହିବା ଜରୁରୀ । ଏଥିରୁ ରକ୍ଷା ପାଇଁ କୋଭିଡ଼୍ ପ୍ରୋଟୋକଲ ପାଳନ କରିବା ଦରକାର । ଏହା ବ୍ୟତୀତ ଶ୍ୱାସ ରୋଗ, ଫୁସଫୁସ୍ ରେ ସଂକ୍ରମଣ କିମ୍ବା ଅନ୍ୟ ଫ୍ଲୁ ଜନିତ ଲକ୍ଷଣ ଦେଖାଗଲେ ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫ୍ଲୁ ଭ୍ୟାକ୍ସିନ୍ ନେଇପାରିବେ ।

Get real time updates directly on you device, subscribe now.