fbpx

ସରକାର ଦେଉଛନ୍ତି ମାଲାମାଲ ହେବା ସୁଯୋଗ! ନିତିନ ଗଡକରୀ କଲେ ଘୋଷଣା…

କ୍ଷୁଦ୍ର ନିବେଶକଙ୍କ ପାଇଁ ଖୁସିଖବର । କେନ୍ଦ୍ର ସରକାର ଛୋଟ ନିବେଶକଙ୍କ ପାଇଁ ଦେଶରେ ସଡ଼କ ନିର୍ମାଣ ପରିଯୋଜନାରେ ନିବେଶ କରିବା ପାଇଁ ଏକ ନୂଆ ମଡେଲ ଆଣିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ ମଙ୍ଗଳବାର କହିଛନ୍ତି ଯେ ଏହି ନିବେଶ ମଡେଲ ଛୋଟ ନିବେଶକଙ୍କ, ନିମ୍ନ ଏବଂ ମଧ୍ୟମ ଆୟ ବର୍ଗଙ୍କ ପାଇଁ ହେବ । ପରିଯୋଜନା ପାଇଁ ଅର୍ଥ ଏକାଠି କରିବା ପାଇଁ ପୁଞ୍ଜି ବଜାରରୁ ଆସନ୍ତା ମାସରୁ ଯୋଗାଯୋଗ କରାଯିବ ।

କେନ୍ଦ୍ର ମନ୍ତ୍ରୀ ଏହାର ସୂଚନା ଦେଇ କହିଛନ୍ତି ଯେ ଆମେ ନିବେଶକଙ୍କ ପାଇଁ ପରିଯୋଜନାରେ ନିବେଶ କରିବା ପାଇଁ ଏକ ନୂଆ ମଡେଲ ପ୍ରସ୍ତୁତ କରୁଛୁ । ଖୁବଶୀଘ୍ର ଏଥିରେ ନିବେଶ କରିବାକୁ ସେୟାର ବଜାରରେ ସୂଚୀବଦ୍ଧ କରିବୁ ଫଳରେ ଖୁଚୁରା ନିବେଶକ ନିବେଶ କରିପାରିବେ । ଆମେ ଗରିବ ଏବଂ ମଧ୍ୟମ ବର୍ଗଙ୍କ  ସହ ସାଧାରଣ ଲୋକଙ୍କ ମୂଳଦୁଆ ଢାଞ୍ଚା ପରିଯୋଜନାରେ ନିବେଶର ଅବସର କରୁଛୁ, ଏହାଦ୍ୱାରା ୭ ରୁ ୮ ପ୍ରତିଶତ ରିଟର୍ଣ୍ଣର ମିଳିବା ନେଇ ଆଶ୍ୱସନା ଦିଆଯାଇଛି ।

ନିତିନ ଗଡ଼କରୀ କହିଛନ୍ତି ଯେ ଏହା ଦ୍ୱାରା ଖୁଚୁରା ବ୍ୟବସାୟୀଙ୍କ ପାଇଁ ନିବେଶ ସୀମା ୧୦ ଲକ୍ଷ ଟଙ୍କା ହେବ । ଯେତେବେଳେକି ନିବେଶ ଉପରେ ୭-୮ ପ୍ରତିଶତ ସୁନିଶ୍ଚିତ ରିଟର୍ଣ୍ଣ ମଧ୍ୟ ମିଳିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪ ସଡ଼କ ପରିଯୋଜନା ଅନୂଯାୟୀ ନିବେଶ ପାଇଁ ସୁଯୋଗ ରହିବ ।

Get real time updates directly on you device, subscribe now.