fbpx

ଆସିଗଲା ଦେଶର ପ୍ରଥମ ହାଇଡ୍ରୋଜେନ କାର, ଏହି ଗାଡ଼ିରେ ବସି ସଂସଦ ଆସିଲେ ଗଡକରୀ

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତୀୟ ରାଜରାସ୍ତାରେ ହାଇଡ୍ରୋଜେନ କାର ଗଡ଼ିବ । ବହୁପ୍ରତୀକ୍ଷିତ ଦେଶର ପ୍ରଥମ ହାଇଡ୍ରୋଜେନ କାରର ଯାତ୍ରା ଆରମ୍ଭ ହୋଇଯାଇଛି । କେନ୍ଦ୍ର ସଡ଼କ, ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ଏହି କାରରେ ବସି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି ।
ସ୍ୱଚ୍ଛ ଇନ୍ଧନରେ ଚାଲୁଥିବା ଏହି କାର ଜନସାଧାରଣଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଟୟୋଟୋ କମ୍ପାନୀ ଦ୍ୱାରା ଏହି କାରକୁ ପାଇଲଟ ପ୍ରୋଜେକ୍ଟ ଭାବେ ତିଆରି କରାଯାଇଛି । ଏଥିରେ ଆଡଭାନ୍ସ ଫୁଏଲ ସେଲ ଲଗାଯାଇଛି । ଏହି ସେଲ ଦ୍ୱାରା ଅକ୍ସିଜେନ ଓ ହାଇଡ୍ରୋଜେନର ମିଶ୍ରଣରୁ ବିଦ୍ୟୁତ ଉତ୍ପନ୍ନ ହୋଇଥାଏ । ଏହି କାରରୁ କେବଳ ଜଳ ନିର୍ଗତ ଆକାରରେ ବାହାରିଥାଏ ।

ଏନେଇ ଗଡକରୀ କହିଛନ୍ତି ଯେ, ଏହି କାର ସମ୍ପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ଅଟେ । ଏହାଦ୍ୱାରା କୌଣସି ପ୍ରକାରର ପ୍ରଦୂଷଣ ବ୍ୟାପିବ ନାହିଁ । ହାଇଡ୍ରୋଜେନ କାର ହେଉଛି ଭାରତର ଭବିଷ୍ୟତ । ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ଦ୍ୱାରା ଚାଲୁଥିବା କାରରେ ବହୁମାତ୍ରାରେ ପ୍ରଦୂଷଣ ବ୍ୟାପିଥାଏ । ମାତ୍ର ହାଇଡ୍ରୋ ଫୁଏଲ ସେଲ କାରରୁ କଦାପି ପ୍ରଦୂଷଣ ବ୍ୟାପେ ନାହିଁ ।

Get real time updates directly on you device, subscribe now.