fbpx

ନିତିନ ଗଡକରୀଙ୍କ ବଡ଼ ବୟାନ! ଏଣିକି ନମ୍ବର ପ୍ଲେଟରୁ କଟିବ ଟୋଲ ଟ୍ୟାକ୍ସ, ବନ୍ଦ ହୋଇଯିବ ସମସ୍ତ ଟୋଲ ପ୍ଲାଜା

ନୂଆଦିଲ୍ଳୀ: ଦେଶର ହାଇୱେ ବା ଜାତୀୟ ରାଜପଥରେ ଥିବା ଟୋଲ୍ ପ୍ଲାଜା ହଟିବାକୁୁ ଯାଉଛି । ଏବେ ଆପଣଙ୍କ ଗାଡିର ନମ୍ବର ପ୍ଲେଟରୁ ଟୋଲ ଟ୍ୟାକ୍ସ ସଂଗ୍ରହ କରାଯିବ । ଏଥିପାଇଁ ସରକାର ୬ ମାସ ମଧ୍ୟରେ ଏକ ନୂତନ ଟେକ୍ନୋଲୋଜି ଆଣିବାକୁ ଯାଉଛନ୍ତି । ସରକାର ଜିପିଏସ୍ ଆଧାରିତ ଟୋଲ୍ କଲେକ୍ସନ୍ ସିଷ୍ଟମ୍ ଟେକ୍ନୋଲୋଜି ପ୍ରବର୍ତ୍ତନ କରିବେ । କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ନିଜେ ଏହି ସୂଚନା ଦେଇଛନ୍ତି ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ, ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ରାଜପଥରେ ଯାନବାହାନକୁ ଭିଡରୁ ରକ୍ଷା କରିବା । ଗଡକରୀ କହିଛନ୍ତି ଯେ ବର୍ତ୍ତମାନ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ର ଟୋଲ୍ ରାଜସ୍ୱ ୪୦,୦୦୦ କୋଟି ଟଙ୍କା ଏବଂ ଦୁଇ ତିନି ବର୍ଷ ମଧ୍ୟରେ ଏହା ୧.୪୦ ଲକ୍ଷ କୋଟି ହେବ ।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଗାଡିଗୁଡ଼ିକୁ ଅଟକାଇ ଟୋଲ ସଂଗ୍ରହ କରିବାକୁ ଅଟୋମେଟିକ୍ ନମ୍ବର ପ୍ଲେଟ ଚିହ୍ନଟ ସିଷ୍ଟମ (ସ୍ୱୟଂଚାଳିତ ନମ୍ବର ପ୍ଲେଟ ରିଡର କ୍ୟାମେରା) ପାଇଁ ଏକ ପରୀକ୍ଷଣ ଯୋଜନା ଉପରେ କାର୍ଯ୍ୟ କରୁଛି । ସେ କହିଛନ୍ତି, ଦେଶର ରାଜପଥରେ ଅବସ୍ଥିତ ଟୋଲ୍ ପ୍ଲାଜା ହଟାଇବା ପାଇଁ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ୍ ଭଳି ଟେକ୍ନୋଲୋଜି ପ୍ରଣୟନ କରିବାକୁ ସରକାର ବିଚାର କରୁଛନ୍ତି … ଆମେ ୬ ମାସ ମଧ୍ୟରେ ନୂତନ ଟେକ୍ନୋଲୋଜି ଆଣିବୁ ।’

Get real time updates directly on you device, subscribe now.