fbpx

ଜେନାଭାରେ ପିଏଚଡି କରୁଛନ୍ତି ସଫେଇକର୍ମଚାରୀଙ୍କ ଝିଅ, UNHRC ରେ କହିଲେ ଦଳିତଙ୍କୁ ହକ୍ ଦେଇଛନ୍ତି ଭାରତୀୟ ସମ୍ବିଧାନ

ଜେନେଭା: ଇନ୍ଦୋରର ଜଣେ ସୁଇପରଙ୍କ ଝିଅ ଜେନେଭା ସରକାରୀ ଛାତ୍ରବୃତ୍ତିରେ ସ୍ୱିଜରଲ୍ୟାଣ୍ଡରେ ପିଏଚଡି କରୁଛନ୍ତି। ଜେନେଭାରେ ମାନବ ଅଧିକାର ପରିଷଦ (UNHRC) ର ୫୨ତମ ଅଧିବେଶନରେ ସେ ଯୋଗ ଦେଇ ଦଳିତ ଲୋକଙ୍କୁ ଆଗକୁ ନେଇଥିବାରୁ ଦେଶକୁ ପ୍ରଶଂସା କରିଛନ୍ତି। ଜାତିସଂଘ ବୈଠକରେ ଭାଗ ନେବାକୁ ତାଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ବୋଲି ରୋହିଣୀ ଗାଭ୍ରି କହିଛନ୍ତି। ସେ ପୁଣି କହିଛନ୍ତି ଯେ, ‘ମୁଁ ଗତ୨ ବର୍ଷ ଧରି ଜେନେଭାରେ ମୋର ପିଏଚଡି କରୁଛି । ଜାତିସଂଘରେ ଭାରତର ପ୍ରତିନିଧିତ୍ୱ କରିବା ଏବଂ ଭାରତରେ ଦଳିତଙ୍କ ଅବସ୍ଥା ବିଷୟରେ ସଚେତନତା କରିବା ମୋର ସ୍ୱପ୍ନ ଥିଲା। ଜଣେ ଦଳିତଙ୍କ ଝିଅ ହୋଇଥିବାରୁ ଏପରି ସ୍ଥାନରେ ପହଞ୍ଚିବାର ସୁଯୋଗ ପାଇବା ଆମ ପାଇଁ ବହୁ କଷ୍ଟକର।’

ପିଏଚଡି ଛାତ୍ରୀ ରୋହିନୀ ଗାଭ୍ରି କହିଛନ୍ତି ଯେ ‘ଜଣେ ଦଳିତ ଝିଅ ହୋଇଥିବାରୁ ମୁଁ ଗର୍ବିତ ଯେ ମୁଁ ଏଠାକୁ ଆସି ମୋ ମନ କଥା କହିବାର ସୁଯୋଗ ପାଇଛି। ମୁଁ ଲୋକଙ୍କୁ କହିଥିଲି ଯେ, ପାକିସ୍ତାନ ପରି ପଡୋଶୀ ଦେଶ ଅପେକ୍ଷା ଭାରତରେ ଦଳିତଙ୍କ ଅବସ୍ଥା ବହୁତ ଭଲ। ଭାରତରେ ଆମର ସଂରକ୍ଷଣ ନୀତି ଅଛି। ମୁଁ ନିଜେ ଭାରତ ସରକାରଙ୍କ ଠାରୁ ୧ କୋଟି ଟଙ୍କା ଛାତ୍ରବୃତ୍ତି ପାଇଛି। ତେଣୁ ମୁଁ ନିଜେ ଏହାର ଏକ ଉଦାହରଣ ଅଟେ। ଜଣେ ସୁଇପରଙ୍କ ଝିଅ ହୋଇ ମୁଁ ଏପର୍ଯ୍ୟନ୍ତ ଆସି ପହଞ୍ଚିଛି, ଏହା ମୋ ପାଇଁ ଏକ ବଡ଼ ସଫଳତା। ଉଲ୍ଲେଖନୀୟ କଥା ହେଉଛି, ପାକିସ୍ତାନ କ୍ରମାଗତ ଭାବରେ ଭାରତରେ ସଂଖ୍ୟାଲଘୁ, ଦଳିତ ଏବଂ ଆଦିବାସୀ ପରି ଦଳିତ ସମ୍ପ୍ରଦାୟ ସହ ଜଡିତ ପ୍ରଶ୍ନ ଉଠାଇବାକୁ ଚେଷ୍ଟା କରୁଛି।

ରୋହିନୀ କହିଛନ୍ତି ଯେ, ଦେଶରେ ଏକ ବଡ ପରିବର୍ତ୍ତନ ହୋଇଛି ଏବଂ ଆଜି ଆମ ଦେଶର ରାଷ୍ଟ୍ରପତି ହେଉଛନ୍ତି ଆଦିବାସୀ ଦ୍ରୌପଦୀ ମୁର୍ମୁ ଏବଂ ଜଣେ ଓବିସି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ। ଦେଶର ସ୍ୱାଧୀନତାର ୭୫ ବର୍ଷରେ, ଦଲିତଙ୍କ ଅବସ୍ଥାରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ରୋହିନୀ କହିଛନ୍ତି ଯେ, ଦଳିତଙ୍କଠାରୁ ଶୀର୍ଷ ପଦବୀରେ ପହଞ୍ଚୁଥିବା ଲୋକଙ୍କ ସଂଖ୍ୟା ହୁଏତ ଅଧିକ ହୋଇନପାରେ, କିନ୍ତୁ ଆମ ଦେଶର ସମ୍ବିଧାନ ବହୁତ ଶକ୍ତିଶାଳୀ। ତେବେ ରୋହିଣୀଙ୍କ ଏହି ବକ୍ତବ୍ୟ ଦେଶକୁ ଗର୍ବିତ କରିଛି ଏବଂ ଏହା ଭାରତର ଏକ ବଡ ସଫଳତା।

Get real time updates directly on you device, subscribe now.