fbpx
BJD
BJD SKY
BJD SKY

ଦେଶରେ ବ୍ୟାନ ହେବ ପେଟ୍ରୋଲ! ବଡ ଦାବି କଲେ ନିତିନ ଗଡକରୀ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ବ୍ୟାନ ହେବା ନେଇ ବୋଧହୁଏ କେହି ସାଧାରଣ ଲୋକ ଚିନ୍ତା ବି କରି ନପାରନ୍ତି । କିନ୍ତୁ କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଦାବି କରିଛନ୍ତି ଯେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ଉପରେ ପ୍ରତିବନ୍ଧକ ଲାଗିପାରେ । ତେବେ ଏହାର ଆବଶ୍ୟକତା ପଡିବ ନାହିଁ ବୋଲି କହିଛନ୍ତି ନିତୀନ । କେନ୍ଦ୍ର ମନ୍ତ୍ରୀଙ୍କ ଏହି ଦାବି କେତେ ଦୂର ସତ ପ୍ରମାଣ ହେଉଛି, ତାହା ଭବିଷ୍ୟତ ହିଁ କହିବ । କିନ୍ତୁ ଯଦି ପେଟ୍ରୋଲ ଅପେକ୍ଷା କୌଣସି ଶସ୍ତା ଜିନିଷ ଦେଶରେ ଲାଗୁ ହୋଇ ପାରୁଛି, ତେବେ ଏହା ସାଧାରଣ ଜନତାଙ୍କ ପାଇଁ ଏକ ଭଲ ବିକଳ୍ପ ହେବ ।

ଅକୋଲାରେ ଆୟୋଜିତ କୃଷି ବିଶ୍ୱବିଦ୍ୟାଳୟର ୩୬ ତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପେଟ୍ରୋଲ ଉପରେ ଏମିତି ବୟାନ ଦେଇଛନ୍ତି ଡଃ ପଞ୍ଜାବରାଓ ଦେଶମୁଖ । ଏହି ପରିପ୍ରେକ୍ଷୀରେ ନିତୀନ ଗଡକରୀଙ୍କୁ କୃଷି ବିଶ୍ୱବିଦ୍ୟାଳୟ ଡକ୍ଟର ଅଫ ସାଇନ୍ସ ଉପାଧୀରେ ବିଭୂଷିତ କରିଥିଲା । ମହାରାଷ୍ଟ୍ରର ରାଜ୍ୟପାଳ ଏବଂ ବିଶ୍ୱବିଦ୍ୟାଳୟ କୁଳ ଅଧିପତି ଭଗତ ସିଂହ କୋଶ୍ୟାରୀ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ ।

ବିଦର୍ଭରେ ଯାନବାହନରେ ବାୟୋ-ଇଥାନଲର ବ୍ୟବହାର କରାଯାଉଛି ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକରୀ । ତେବେ କୂଅ ପାଣିରୁ ଗ୍ରୀନ ହାଇଡ୍ରୋଜେନର ନିର୍ମାଣ କରାଯାଇ ପାରିବ ଏବଂ ଏହା ୭୦ ଟଙ୍କା ପ୍ରତି କିଲୋ କିଣାଯାଇ ପାରିବ । ତେଣୁ ଆଗାମୀ ୫ବର୍ଷ ଦେଶରୁ ପେଟ୍ରୋଲ ଶେଷ ହୋଇଯାଇପାରେ ବୋଲି ସେ ବୟାନ ଦେଇଛନ୍ତି । କେବଳ ଗହମ, ଚାଉଳ, ମକା ଆଦି ପରମ୍ପରାଗତ ଫସଲ ଉତ୍ପାଦନରେ ଭବିଷ୍ୟ ଉଜ୍ଜ୍ୱଳ ହୋଇ ପାରିବ ନାହିଁ । ତେବେ ଚାଷୀମାନଙ୍କୁ ଏଥିପାଇଁ ଅଣ୍ଟା ଭିଡିବାକୁ ଆହ୍ୱାନ ଦେଇଛନ୍ତି ନିତୀନ ।

ଇଥାନଲ ଉପରେ ଗୋଟିଏ ନିଷ୍ପତ୍ତି ଦେଶକୁ ୨୦,୦୦୦ କୋଟି ଟଙ୍କା ରକ୍ଷା କରି ପାରିଛି । ତେବେ ନିକଟ ଭବିଷ୍ୟତରେ ଦୁଇଚକିଆ ଏବଂ ଚାରି ଚକିଆ ଯାନ ଗ୍ରୀନ ହାଇଡ୍ରୋଜେନ, ଇଥାନଲ ଏବଂ ସିଏନଜି ଦ୍ୱାରା ଚାଳିତ ହୋଇ ପାରିବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ବିଦର୍ଭରୁ କପାସ ବାଂଲାଦେଶକୁ ରପ୍ତାନୀ କରିବାର ଯୋଜନା ରହିଛି । ତେଣୁ ବିଶ୍ୱବିଦ୍ୟାଳୟକୁ ସହଯୋଗର ଆବଶ୍ୟକତା ରହିଛି । ତେବେ ଏହାସହିତ ବିଦର୍ଭ ହେଉଥିବା ଚାଷୀ ଆତ୍ମହତ୍ୟା ରୋକିବାରେ ବିଶ୍ୱବିଦ୍ୟାଳୟ ମୁଖ୍ୟ ଯୋଗଦାନ ଦେଇ ପାରିବ ।

Get real time updates directly on you device, subscribe now.