fbpx

ରାଜନୀତିରୁ ସନ୍ନ୍ୟାସ ନେବେ ଗଡ଼କରୀ? ଆସିଲା କେନ୍ଦ୍ରମନ୍ତ୍ରୀଙ୍କ ବୟାନ

ନୂଆଦିଲ୍ଲୀ: ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜ ସଂଗଠନକୁ ସଜାଡ଼ି ଚାଲିଥିବା ବେଳେ ବିଜେପି ଶିବିରରୁ ଏହି ସମୟରେ ଆସିଛି ଏକ ବଡ଼ ଖବର । ଗତ କିଛିଦିନ ଧରି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ରାଜନୀତିରୁ ସନ୍ନ୍ୟାସ ନେବା କଥା ଶୁଣାଯାଉଛି । ତେବେ ଗଡ଼କରୀଙ୍କୁ ନେଇ ହେଉଥିବା ଏହି ବଡ଼ ଚର୍ଚ୍ଚା ଉପରୁ ଏବେ ପରଦା ହଟିଯାଇଛି ।

ତେବେ ରାଜନୀତିରୁ ସନ୍ନ୍ୟାସ ନେବା ପ୍ରସଙ୍ଗରେ ନିଜେ ଗଡ଼କରୀ ମୁହଁ ଖୋଲିଛନ୍ତି । ଗଡ଼କରୀ ଏକ ଗଣମାଧ୍ୟମକୁ କହିଛନ୍ତି, ମୁଁ ରାଜନୀତିରୁ ସନ୍ନ୍ୟାସ ନେବା ନେଇ କୌଣସି ପ୍ଲାନିଂ ନାହିଁ । ମିଡ଼ିଆ ଏହି ମାମଲାରେ ନିଜର ରିପୋର୍ଟିଂରେ କର୍ତ୍ତବ୍ୟନିଷ୍ଠ ସାମ୍ବାଦିକତା ଜାରି ରଖିବା ଉଚିତ । ଏହି ଅବସରରେ ୧୫ ହଜାର କୋଟି ଟଙ୍କାର ନୂଆ ପ୍ରକଳ୍ପକୁ ନେଇ ଗଡ଼କରୀ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ଗଡ଼କରୀ ରାଜନୀତିକୁ ଅଲବିଦା ନେଇ କିଛି ମନ୍ତବ୍ୟ ଦେଇଥିଲେ । ରାଜନୀତି ପ୍ରତି ତାଙ୍କର ଆଗ୍ରହ କମିଯାଉଥିବା ନେଇ ସେ ସଙ୍କେତ ଦେଇଥିଲେ । ଏଥିସହିତ ୨୦୨୪ ସାଧାରଣ ନିର୍ବାଚନରେ ସେ ଟିକେଟ ପାଇଁ ମନା କରିପାରନ୍ତି ବୋଲି କହିଥିଲେ । ଏହା ପୂର୍ବରୁ ଗତ ଜାନୁଆରୀ ମାସରେ ଗଡ଼କରୀ ଏକ କାର୍ଯ୍ୟକ୍ରମ ଅବସରରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ସେହିପରି ଅନେକ ସମୟରେ ରାଜନୀତିରୁ ସନ୍ନ୍ୟାସ ନେଇଯିବା ନେଇ ସେ ଅନୁଭବ କରନ୍ତି ବୋଲି ଗତବର୍ଷ ଜୁଲାଇ ମାସରେ ଗଡ଼କରୀ କହିଥିଲେ ।

Get real time updates directly on you device, subscribe now.