fbpx

ବରଯାତ୍ରୀ ଗାଡି ଦୁର୍ଘଟଣାଗ୍ରସ୍ତ: କେନାଲକୁ ଖସି ୬ ଜଣକ ମୃତ୍ୟୁ

ରାୟଗଡା: ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବିଳମ୍ବିତ ରାତିରେ ଏକ ବଡ ଦୁର୍ଘଟଣା ଘଟିଯାଇଛି । ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଛି ଏକ ବରଯାତ୍ରୀ ଗାଡି । ବରଯାତ୍ରୀ ଯିବା ବାଟରେ ହଠାତ କେନାଲ ତଳକୁ ଖସି ପଡିଥିବା ସୂଚନା ମିଳିଛି । ତେବେ ଏହି ଦୁର୍ଘଟଣାରେ ୬ ଜଣଙ୍କୁ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁସାରେ, ସମ୍ବଲପୁର ପରମାଣପୁରର ଏକ ବିବାହ ଭୋଜି କାର୍ଯ୍ୟକ୍ରମରୁ ଫେରିବା ବାଟରେ କାରଟି ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଶାସନ କେନାଲ ନିକଟରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ କେନାଲ ତଳକୁ ଖସି ପଡିଛି । ପାଣିରେ ବୁଡି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ଦୁର୍ଘଟଣା ପରଠାରୁ ଗାଡି ଚାଳକଙ୍କର ପତ୍ତା ମଧ୍ୟ ମିଳିନାହିଁ । ତେବେ ଦୁର୍ଘଟଣାରେ ସମସ୍ତ ମୃତାହତ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଡଧରା ଗାଁର ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.