fbpx

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାକ ବିଭାଗ ପକ୍ଷରୁ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ସ୍ମାରକୀ ଡାକଟିକଟ ଉନ୍ମୋଚିତ

କଟକ: ଉତ୍କଳ ଦିବସର ଅବ୍ୟବହିତ ପୂର୍ବରୁ ଓଡ଼ିଶା ଏବଂ କଟକ ନଗରର ଐତିହ୍ୟ ଓ ଗୌରବର ପ୍ରତୀକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଶାର ୪ କିମ୍ବଦନ୍ତୀଙ୍କ ନାମରେ ସ୍ମାରକୀ ଡାକଟେକଟ ଉନ୍ମୋଚନ କରାଯାଇଛି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାର ବରପୁତ୍ର ଲକ୍ଷ୍ମୀକାନ୍ତ ମହାପାତ୍ର, ଅକ୍ଷୟ ମହାନ୍ତି, ପାର୍ବତୀ ଘୋଷ ଓ ଗୁରୁ
କେଳୁଚରଣ ମହାପାତ୍ରଙ୍କ ସ୍ମାରକୀ ଡାକଟିକଟକୁ କରିଥିଲେ।

ଏହି ସମୟରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଅଶୋକ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ । ସେତେବେଳେ କଳିଙ୍ଗରେ ରାଜା ନଥିଲେ । ଜନପ୍ରତିନିଧିଙ୍କ ସମୂହ ସବୁ ନିର୍ଣ୍ଣୟ ନେଉଥିଲେ । ଏହି ଯୁଦ୍ଧରେ ଓଡିଆ ଜାତିର ପରାଜୟ ନୁହେଁ ବରଂ ବିଜୟର ଅଦମ୍ୟ ସାହସକୁ ଦୁନିଆ ଅନୁଭବ କରିଛି । କଳିଙ୍ଗ ଯୁଦ୍ଧ ଓ ପ୍ରଶାସନିକ ଢାଞ୍ଚା ଉପରେ ରେଭେନ୍ସା ଗବେଷଣାର ଦାୟିତ୍ୱ ନେଉ ।

ରେଭେନ୍ସା ହେଉଛି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୁକସାକ୍ଷୀ । ଓଡ଼ିଶାର ସ୍ୱତନ୍ତ୍ରତା ଆନ୍ଦୋଳନର ବହ୍ନି ପ୍ରଜ୍ୱଳିତ କରିଥିବା ଅନୁଷ୍ଠାନ । ଏହି ଅନୁଷ୍ଠାନରେ ଆଜି ଆମର ପୂର୍ବଜ ମାନଙ୍କ ସ୍ମୃତିରେ ଡାକଟିକଟ ପ୍ରଚଳନ ହେବା ଖୁସିର ବିଷୟ । ବିଶେଷ ଭାବରେ ଉତ୍କଳ ଦିବସ ପୂର୍ବରୁ ୪ ପୂର୍ବଜଙ୍କ ସ୍ମୃତିରେ ଡାକଟିକେଟ ଉନ୍ମୋଚନ ଆମ ପାଇଁ ଗର୍ବ । ପୂର୍ବଜଙ୍କ ବିନା ପ୍ରେରଣାରେ କୌଣସି କାମ ଫଳପ୍ରଦ ହୁଏନାହିଁ । ଏହି ଡାକଟିକଟ ଉନ୍ମୋଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନ । ଓଡ଼ିଶା ଓ ଦେଶର ଜନସାଧାରଣଙ୍କ ଭାବାବେଗକୁ ବୁଝିଥିବା ପ୍ରଧାନମନ୍ତ୍ରୀ ଏପରି କରିପାରନ୍ତି ବୋଲି ସେ କହିଛନ୍ତି ।

ପ୍ରଧାନ କହିଛନ୍ତି ଓଡ଼ିଶାରେ ଏପରି ଜଣେ ଯୁବକ ନ ଥିବେ ଯେ ରେଭେନ୍ସାରେ ପଢିବା ପାଇଁ ଇଚ୍ଛା କରିନଥିବେ । ରେଭେନ୍ସା ଯାହା ଭାବେ ତାହାକୁ ସମଗ୍ର ଭାରତବର୍ଷ ଦଶନ୍ଧି ପରେ ସେହି କଥାର ଉପଯୋଗ କରେ । ଆଜି ଦେଶରେ କ୍ରିୟାନ୍ୱୟନ ହେଉଥିବା ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଦିଗରେ ରେଭେନ୍ସା ଓଡ଼ିଶାରେ ଅଗ୍ରଣୀ ଦାୟିତ୍ୱ ନେବ ବୋଲି ମୋର ଅପେକ୍ଷା । ଆମର ପ୍ରଦେଶ ତଥା ଉତ୍କଳ ଭୂମି ଗଣତନ୍ତ୍ରର ଭୂମି ଥିଲା । ଏହି କଥାକୁ ବିତର୍କ କରିବା ପାଇଁ ଜାତୀୟ ଶିକ୍ଷା ନୀତି ସୁଯୋଗ ଦେଇଛି । ଅତୀତରେ ଆମର ଐତିହ୍ୟ, ଶୌର୍ଯ୍ୟ, ସାହସ, ସଂସ୍କୃତି ଓ ଜ୍ଞାନର ଗଭୀରତା କେତେ ଥିଲା, ଏହାକୁ ବୁଝାଇବାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ନୂଆପିଢି ଦାୟିତ୍ୱ ନେବା ଆବଶ୍ୟକ ବୋଲି ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.