fbpx

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନୀତିଶ କୁମାର: ବିଧାୟକ ଦଳ ବୈଠକରେ ବଡ଼ ଘୋଷଣା

ପାଟନା: ବିହାର ରାଜନୀତି ଏବେ ଖୁବ ସରଗରମ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସ୍ତଫା ନେଇ ସାରା ରାଜ୍ୟରେ ହଟଚମଟ ଜାରି ରହିଛି । ରାଜନୀତିର ଆଗାମୀ ଯୋଜନାକୁ ନେଇ ଏବେ ଏକ ଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ଜେଡିୟୁ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତପା ଦେବା ନେଇ ଏହି ବୈଠକରେ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ପରବର୍ତ୍ତୀ ପଦକ୍ଷେପ ନେଇ ବୈଠକରେ ଆଲୋଚନା ହୋଇଥିବା ନେଇ ସୂଚନା ଦିଆଯାଇଛି ।

ବିଧାୟକ ଦଳ ବୈଠକ ପରେ ନୀତିଶ କୁମାର ପଦରୁ ଇସ୍ତଫା ଦେବାର ସମ୍ଭାବନା ବୃଦ୍ଧି ପାଇଛି । ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ଏହି ବୈଠକ ପରେ ରାଜଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଖୁବ କମ୍ ସମୟ ମଧ୍ୟରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିପାରନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପାଟନାରେ ବିଜେପି ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Get real time updates directly on you device, subscribe now.