fbpx

ପଦରୁ ଇସ୍ତଫା ଦେଲେ ନୀତିଶ କୁମାର: ବିହାର ରାଜନୀତିରେ ଯୋଡ଼ି ହେବ କି ନୂଆ କାହାଣୀ?

ବିହାର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ନେଇ ବିଧାୟକ ଦଳ ବୈଠକରେ ବିଧିବଦ୍ଧ ଭାବରେ ଘୋଷଣା କରାଯିବା ପରେ ଇସ୍ତଫା ଦେଇଛନ୍ତି ନୀତିଶ କୁମାର । ଇସ୍ତଫା ପରେ ପୁଣିଥରେ ବିହାର ରାଜନୀତିକୁ ନେଇ ମାମଲା ସରଗରମ ହୋଇଛି ।

ବର୍ତ୍ତମାନ ବିହାର ରାଜନୀତିରୁ ଏକ ବଡ଼ ଖବର ସାମନାକୁ ଆସିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରେ ରହିଥିବା ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ଏହା ପରେ ତାଙ୍କ ଯୋଜନାକୁ ନେଇ ସେ କୌଣସି ସୂଚନା ଦେଇନାହାନ୍ତି । କିନ୍ତୁ ଆଗକୁ କ’ଣ ହେବ ସେ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । କୁହାଯାଉଛି ନୀତିଶ ପୁଣିଥରେ ମହାମେଣ୍ଟରୁ ଅଲଗା ହୋଇପାରନ୍ତି । ଏହାପରେ ବିଜେପି ସହ ମିଶି ପୁଣି ଥରେ ସରକାର ଗଢିବା ପାଇଁ ଯୋଜନା କରିପାରନ୍ତି ନୀତିଶ କୁମାର ।

ତେବେ ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ ନୀତିଶ କୁମାର । ତେବେ ଏହାପୂର୍ବରୁ ନୀତିଶଙ୍କ ଘରେ ଏନଡିଏ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

Get real time updates directly on you device, subscribe now.