fbpx
BSKY
BJD MC SKY
BJD MS SKY

ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ୧ ନଂ ଧନୀ ହେଲେ ଏହି ବ୍ୟକ୍ତି, ଜାଣନ୍ତୁ କେତେ ବଢିଲା ନେଟୱର୍ଥ

ନୂଆଦିଲ୍ଲୀ: ଟେସଲା, ଷ୍ଟାରଲିଙ୍କ ଏବଂ ଏକ୍ସର ମାଲିକ ଏଲନ ମସ୍କ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିର ମୁକୁଟ ହରାଇଛନ୍ତି । ଟେସଲାଙ୍କ ସେୟାରରେ ହ୍ରାସ ଘଟିବା ପରେ ତାଙ୍କ ସଂପତ୍ତି କମିବା ଦେଖାଦେଇଛି । ଫ୍ରାନ୍ସର ବାଣିଜ୍ୟ ଏବଂ ଲଗଜରୀ ବ୍ରାଣ୍ଡ ଲୁଇ ବିଟାନର ମାଲିକ ବର୍ନାର୍ଡ ଅରନାଲ୍ଟ ପୁଣିଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଫୋବର୍ସ ରିୟଲ ଟାଇମ ବିଲିନିୟର୍ସ ଅନୁଯାୟୀ ବର୍ନାର୍ଡ ଅଏନାଲ୍ଟଙ୍କ ନେଟୱର୍ଥ ୨୦୭.୬ ବିଲିୟନ ଡଲାର ପାଖାପାଖି ପହଁଚିଛି । ସେହିପରି ଏଲନ ମସ୍କଙ୍କ ସମୁଦାୟ ସଂପତ୍ତି ବର୍ତ୍ତମାନ ୨୦୪.୭ ବିଲିୟନ ଡଲାର ଅଟେ ।

ବର୍ନାର୍ଡ ଅରନାଲ୍ଟ ଏଲନ ମସ୍କଙ୍କୁ ପଛରେ ପକାଇ ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ହୋଇଛନ୍ତି । ବର୍ନାର୍ଡ ଅରନାଲ୍ଟଙ୍କ ସଂପତ୍ତି ମସ୍କଙ୍କ ଠାରୁ ୩ ବିଲିୟନ ଡଲାର ଅଧିକ ହୋଇସାରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ..ର ଶୁକ୍ରବାର ଦିନ ମାର୍କେଟ କ୍ୟାପ ବଢାଇ ୩୮୮.୮ ବିଲିୟନ ଡଲାର ପାର କରିଛି । ସେହିପରି ଟେସଲାର ମାର୍କେଟ କ୍ୟାପ ୫୮୬.୧୪ ବିଲିୟନ ଡଲାର ଅଟେ ।

ଫୋବର୍ସ ରିୟଲ ଟାଇମ ବିଲେନିୟର୍ସ ଲିଷ୍ଟ ମୁତାବକ, ବର୍ନାର୍ଡ ଅରନାଲ୍ଟ ଏବଂ ଏଲନ ମସ୍କଙ୍କ ପରେ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ଆମାଜନର ସଂସ୍ଥାପକ ଜେଫ ବେଜୋସଙ୍କ ନାମ ଆସୁଛି । ତାଙ୍କ ନେଟ ୱର୍ଥ ୧୪୨.୨୦ ବିଲିୟନ ଡଲାର ଅଟେ । ୧୩୯.୧ ବିଲିୟନ ଡଲାରର ନେଟୱର୍ଥ ସହିତ ମେଟାର ସିଇଓ ମାର୍କ ଜୁକରବର୍ଗ ଏହି ଲିଷ୍ଟରେ ପଞ୍ଚମ ସ୍ଥାନରେ ଅଛି । ଏହାପରେ ୱାରେନ ବଫେ, ଲ୍ୟାରୀ ପେଜ, ବିଲ ଗେଟସ, ସର୍ଗୀ ବ୍ରିନ ଏବଂ ଷ୍ଟିବ ବାଲ୍ମରଙ୍କ ନାମ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ଲୋକଙ୍କ ଲିଷ୍ଟ ରେ ସାମିଲ ଅଛି ।

Get real time updates directly on you device, subscribe now.