fbpx

ବିହାର ରାଜନୀତି: ନୀତିଶ କୁମାର INDIA ମେଣ୍ଟ ଛାଡ଼ିବାର ୫ଟି କାରଣ

ନୂଆଦିଲ୍ଲୀ: ସରଗରମ ବିହାର ରାଜନୀତି । ରାଜନୀତିରେ ସବୁ କିଛି ନ୍ୟାୟଯୁ୍କ୍ତ । ରାଜନୀତିରେ କୌଣସି ସ୍ଥାୟୀ ବନ୍ଧୁ କିମ୍ବା ଶତ୍ରୁ ନଥାନ୍ତି ଏବଂ ଯେତେବେଳେ ବିହାର ଏବଂ ନୀତିଶ କୁମାରଙ୍କ କଥା ଆସେ ଏହି କଥାଟି ସମ୍ପୂର୍ଣ୍ଣ ଠିକ୍ ପ୍ରମାଣିତ ହୁଏ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘରେ ବିଧାୟକ ଦଳର ବୈଠକ ସରିବା ପରେ ବିହାର ରାଜନୀତିରେ ବଡ଼ ଧରଣର ହଟଚମଟ ଦେଖିବାକୁ ମିଳିଛି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପ୍ରଦାନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଇଣ୍ଡିଆ ମହାମେଣ୍ଟରୁ ଦୂରତା ଏବଂ ଏନଡିଏର ନିକଟତମ ହେବା ଗୋଟିଏ ଦିନରେ ସମ୍ଭବ ନୁହେଁ । ତେବେ ଆସନ୍ତୁ ଜାଣିବା ଏହା ପଛରେ ରହିଥିବା ୫ଟି କାରଣ ବିଷୟରେ :
କାରଣ ନଂ୧-ତେଜସ୍ୱୀଙ୍କ ନିକଟତମ ମନ୍ତ୍ରୀଙ୍କ ନିଷ୍ପତ୍ତି: ନୀତିଶ କୁମାର ରାଜସ୍ୱ ଏବଂ ଭୂମି ସୁଧାର ବିଭାଗରେ ୪୮୦ ଅଧିକାରୀଙ୍କ ଟ୍ରାନ୍ସଫର ପୋଷ୍ଟିଂ ବାତିଲ କରି ଏକ ଦୃଢ଼ ବାର୍ତ୍ତା ଦେଇଥିଲେ । ଏହି ବିଭାଗ ତେଜସ୍ୱୀଙ୍କ ନିକଟତର ଆଲୋକ ମେହେଟ୍ଟାଙ୍କ ପାଖରେ ଥିଲା । ତେବେ ଏହି ନିଷ୍ପତ୍ତି ପରେ ତେଜସ୍ୱୀ ଏବଂ ନୀତିଶଙ୍କ ମଧ୍ୟରେ ଫାଟ ଦେଖାଦେଇଥିଲା ।

କାରଣ ନଂ୨- RJD ମନ୍ତ୍ରୀଙ୍କ ବିବାଦୀୟ ବୟାନ: RJD ର ମନ୍ତ୍ରୀ ଚନ୍ଦ୍ରଶେଖର ହୁଅନ୍ତୁ ବା ସୁରେନ୍ଦ୍ର ଯାଦବ ଦୁହିଙ୍କ ବିବାଦୀୟ ବୟାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସମସ୍ୟା ବୃଦ୍ଧି କରିଥିଲା । ଅଯୋଧ୍ୟା ରାମ ମନ୍ଦିର ଠାରୁ ଆରମ୍ଭ କରି ରାମଚରିତମାନସ ଉପରେ ଦିଆଯାଇଥିବା ବିବାଦୀୟ ବୟାନ ନୀତିଶଙ୍କୁ ଲଜ୍ଜିିତ କରିଥିଲା । RJD ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଲାଲୁ ଏବଂ ତେଜସ୍ୱୀ ସବୁବେଳେ ଚୁପ୍ ରହୁଥିଲେ । ଏମାନଙ୍କୁ ଚୁପ୍ ରହିବା ନୀତିଶଙ୍କୁ ଆଘାତ ଦେଉଥିଲା ।

କାରଣ ନଂ୩- JDU ଭାଙ୍ଗିବାର ଡର: ଲୋକସଭା ନିର୍ବାଚନ ପୂର୍ବରୁ ୨୯ ଡିସେମ୍ବର ୨୦୨୩ରେ ଲଲନ ସିଂହଙ୍କୁ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ନୀତିଶ ଏହାର ଦାୟିତ୍ୱ ସମ୍ଭାଳିଥିଲେ । ଲାଲୁଙ୍କ ଫାଇଦା ପାଇଁ ତାଙ୍କ ଘନିଷ୍ଠ ଲଲନ ସିଂହ କିଛି ବଡ଼ ଖେଳ କରିପାରନ୍ତି ବୋଲି ନୀତିଶଙ୍କୁ ସନ୍ଦେହ ଥିଲା । ଇଣ୍ଡିଆ ମେଣ୍ଟରେ ରହିବା ପାଇଁ ଲଲନ ସିଂହଙ୍କ ଉପରେ ଲାଲୁ ଚାପ ପ୍ରୟୋଗ କରୁଥିଲେ ।

କାରଣ ନଂ୪- INDIAର ସଂଯୋଜକ ନ ହେବାରୁ କ୍ରୋଧିତ: ୮ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ନୀତିଶ ୨୦୨୨ରେ NDAରୁ ଭିନ୍ନ ହୋଇଥିଲେ ଏବଂ ମୋଦୀଙ୍କ ବିରୋଧରେ ବିପକ୍ଷ ଏକତାକୁ ଧାରକୁ ତୀକ୍ଷ୍ମ କରିବାରେ ଲାଗି ପଡ଼ିଲେ ।

କାରଣନଂ୫- ୨୦୧୪ରେ ମୋଦୀଙ୍କ ବିଜୟର ଅନୁମାନ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥରେ ରାମ ମନ୍ଦିର ପ୍ରତିଷ୍ଠା ଓ ପରେ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ସମ୍ମାନ ଦେଇ ବିଜେପି ମାଷ୍ଟର ଷ୍ଟ୍ରୋକ୍ ଖେଳିଛି । ତେଣୁ ୨୦୨୪ରେ କିଏ ସରକାର ଗଠନ ପାଇଁ ଅଧିକ ପ୍ରସ୍ତୁତ ଏକଥାର ଆଭାସ ବୋଧୁଏ ନୀତିଶଙ୍କୁ ହୋଇଯାଇଥିଲା ।

Get real time updates directly on you device, subscribe now.