fbpx
BSKY
BJD MC SKY
BJD MS SKY

RCB ପାଇଁ ଦୁଃଖ ଖବର… ଟୁର୍ଣ୍ଣାମେଣ୍ଟରୁ ଓହରିଲେ ଟିମର ଷ୍ଟାର ଖେଳାଳି

ନୂଆଦିଲ୍ଲୀ: ସାରା ଦେଶରେ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ୟାନ୍ ଖୁବ ଅଧିକ । ବର୍ତ୍ତମାନ ଏହି ଦଳକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । ବାଙ୍ଗାଲୋରର ଜଣେ ଷ୍ଟାର ଖେଳାଳି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ନିଜ ନାଁ ଫେରାଇ ନେଇଥିବା ଜାଣିବାକୁ ମିଳିଛି । ମହିଳା ପ୍ରିମିର ଲିଗ-୨୦୨୪ ପାଇଁ ଆରସିବି ଦଳରେ ସାମିଲ ହୋଇଥିବା ଷ୍ଟାର ଅଲରାଉଣ୍ଡର ହୀଥର ନାଇଟ ଏହି ସିଜନ ପାଇଁ ନିଜ ନାଁ ଫେରାଇ ନେଇଛନ୍ତି ।

ଆସନ୍ତା ଫେବୃଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ମହିଳା ପ୍ରିମିୟର ଲିଗ ପୂର୍ବରୁ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଲାଗିଛି ଶକ୍ତ ଝଟକା । ଷ୍ଟାର ଅଲରାଉଣ୍ଡର ହୀଥର ନାଇଟ ଆସନ୍ତା ସିଜନ ପାଇଁ ନିଜ ନାଁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସିଜନରୁ ଓହରିଯିବାର କାରଣ ସେ କିଛି କହି ନଥିବା ବେଳେ, ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ତେବେ କୁହାଯାଉଛି ଯେ, ଇଂଲଣ୍ଡ ଦଳର ଅଧିନାୟକ ଭାବରେ ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତା ଯୋଗୁଁ ସେ ଏହି ଟୁର୍ଣ୍ଣାମେଣ୍ଟରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମହିଳା ପ୍ରିମିୟର ଲିଗ-୨୦୨୪ର ଫାଇନାଲ ମ୍ୟାଚ ମାର୍ଚ୍ଚ ୧୭ ତାରିଖରେ ଖେଳାଯିବାକୁ ସୂଚୀ ରହିଛି । ତେବେ ସେପଟେ ୧୯ ତାରିଖରୁ ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଗସ୍ତରେ ଯିବ । ତେଣୁ ଏହି କାରଣ ପାଇଁ ନାଇଟ ଆସନ୍ତା ସିଜନରୁ ନିଜ ନାମକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି । ତେବେ ତାଙ୍କ ସ୍ଥାନରେ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ନାଦୀନ ଡି କ୍ଲାର୍କଙ୍କୁ କ୍ୟାମ୍ପରେ ସାମିଲ କରିଛି ।

Get real time updates directly on you device, subscribe now.