fbpx

ପୁରୁଷ-ପୁରୁଷ ବିବାହ କଲେ ପିଲା ଜନ୍ମ କିପରି ହେବ? ସମଲିଙ୍ଗୀ ସଂପର୍କ ଉପରେ ନୀତୀଶ କୁମାରଙ୍କ ଟିପ୍ପଣୀ

ବିହାର ମୁଖ୍ୟମନ୍ତ୍ରୀ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମଲିଙ୍ଗୀ ସମ୍ପର୍କ ଉପରେ ଟିପ୍ପଣୀ କରିଛନ୍ତି । ପାଟଣାର ମଗଧ ମହିଳା କଲେଜରେ ନିର୍ମାଣ ହୋଇଥିବା ଏକ ହଷ୍ଟେଲର ଉଦଘାଟନ କାର୍ଯ୍ୟକ୍ରମରେ ସମଲିଙ୍ଗୀ ସଂପର୍କ ଉପରେ ଟିପ୍ପଣୀ କରିବା ସହ କହିଥିଲେ ଯେ ଯଦି ପୁରୁଷ-ପୁରୁଷ ମଧ୍ୟରେ ବିବାହ କରିବେ ତେବେ କେହି ଜନ୍ମ ହେବ କି?

ହଷ୍ଟେଲ ଉଦଘାଟନ କାର୍ଯ୍ୟକ୍ରମରେ ନୀତୀଶ କହିଥିଲେ ଯେ ‘ବିବାହ କଲେ ତ ପିଲା ଜନ୍ମ ହେବ, ଆମେ ସମେସ୍ତ ମା’ ଠାରୁ ଜନ୍ମ ନେଇଛି, ମା’ ବିନା, ସ୍ତ୍ରୀ ବିନା କେହି ଜନ୍ମ ହୋଇଛି କି? ଆଉ ଯଦି ପୁରୁଷ-ପୁରୁଷ ବିବାହ କରିବେ ତେବେ ପିଲା କେହି ଜନ୍ମ କିପରି ହେବ? ବିବାହ କଲେହିଁ ପିଲା ଜନ୍ମ ହୋଇଥାଏ ।’

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କାର୍ଯ୍ୟକ୍ରମ ସମୟରେ ନିଜ ସମୟରେ ଇଞ୍ଜିନିଅରିଂ ପାଠପଢ଼ା କଥା କହିଥିଲେ  । ସେ କହିଥିଲେ ସେତେବେଳେ ଇଞ୍ଜିନିୟରିଂ କଲେଜରେ ଗୋଟିଏ ବି ଝିଅ ପଢ଼ୁନଥିଲେ । ଆଉ ଯଦି କେହି ମହିଳା କେବେ କଲେଜକୁ ଆସୁଥିଲେ ସବୁ ଛାତ୍ର ତାଙ୍କୁ ହିଁ ଦେଖୁଥିଲେ । ସେ ଆହୁରି କହିଥିଲେ ସେତେବେଳ ଆଉ ଆଜିକା ସମୟରେ ବହୁତ ଫରକ ଅଛି । ଆଜିକା ସମୟରେ ଅଧିକ ସଂଖ୍ୟାରେ ଛାତ୍ରୀ ଇଞ୍ଜିନୟରିଂ ଏବଂ ମେଡିକାଲ କଲେଜରେ ପଢ଼ୁଛନ୍ତି । ଆଉ ନୀତୀଶଙ୍କ କଲେଜ ସମୟର କଥା ଶୁଣି ଉପସ୍ଥିତ ଥିବା ମହିଳା ଛାତ୍ରୀମାନେ ତାଳି ବଜାଇଥିଲେ ।

Get real time updates directly on you device, subscribe now.