fbpx

ଏବେ ଆଉ ପିଇବାକୁ ମିଳିବନି ବିଅର, ସୂଚନା ମିଳିବା ମାତ୍ରେ ଲୋକଙ୍କ ମଧ୍ୟରେ ନିରାଶା

ନୂଆଦିଲ୍ଲୀ: ଆମେରିକାର ଲୋକଙ୍କ ଲାଗି ଏକ ବଡ ଖବର । ଏଠାରେ ଏବେ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଆଉ ବିଅର ମିଳିବ ନାହିଁ । ଏହି ସୂଚନା ମିଳିବା ମାତ୍ରେ ବିଅର ପିଉଥିବା ଲୋକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଏହାଦ୍ୱାରା ଆମେରିକାକୁ ବଡ ଧରଣର ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିବ ।

ପ୍ରକୃତ ଘଟଣା ହେଉଛି ବିଅର ନିର୍ମାଣ କରୁଥିବା ଶ୍ରମିକ ବଡ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଏହାଦ୍ୱାରା ମାର୍ଚ୍ଚ ୨୦୨୪ ସୁଦ୍ଧା ବିଅର ମିଳିବା ବନ୍ଦ ହୋଇଯିବ । ଆନହୁସର ବୁଶ୍‌ର ୫୦୦୦ରୁ ଅଧିକ ଶ୍ରମିକ ମାର୍ଚ୍ଚରେ ବଡ ଧରଣର ହରତାଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କର୍ମଚାରୀମାନେ ଭଲ ଦରମା ଓ ଅନ୍ୟାନ୍ୟ ଦାବୀ ନେଇ ହରତାଳ କରୁଛନ୍ତି ।

Get real time updates directly on you device, subscribe now.