fbpx
BJD
BJD SKY
BJD SKY

କେନ୍ଦ୍ର-କୃଷକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

ନୂଆଦିଲ୍ଲୀ,୨୨ ।୧: ନୂଆ କୃଷି ଆଇନକୁ ନେଇ ଚାଷୀ ସଙ୍ଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ବୈଠକ ଶେଷ ହୋଇଛି । କିନ୍ତୁ କୃଷକ ଓ ସରକାରଙ୍କ ଆଜିର ଆଲୋଚନାରୁ ମଧ୍ୟ କୌଣସି ନିଷ୍କର୍ଷ ବାହାରିନି । କୃଷି ଆଇନ ହଟାଇବା ପ୍ରସ୍ତାବରୁ ଓହରିବାକୁ କୃଷକ ଅରାଜି ଅଛନ୍ତି । ଆଗାମୀ ବୈଠକ କେବେ ହେବ ତାହାର ନିଷ୍ପତ୍ତି ନିଆଯାଇ ନାହିଁ । ଚାଷୀମାନେ ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି ।

ତେବେ ଆଇନ ଦେଢ ବର୍ଷ ପାଇଁ ସ୍ଥଗିତ ଉପରେ ଆଲୋଚନା ପ୍ରସ୍ତାବ ଦେଇଥିଲା କେନ୍ଦ୍ର । କିନ୍ତୁ ସ୍ଥଗିତ ସମ୍ପର୍କରେ ଆଲୋଚନା ପାଇଁ ଚାଷୀ ସଙ୍ଗଠନ ମନା କରିଦେଲା । ସମସ୍ତ ୩ କୃଷି ଆଇନ ପ୍ରତ୍ୟାହାର ଉପରେ ଚାଷୀ ସଙ୍ଗଠନ ଅଡି ବସିଛି । ବୈଠକରେ କିଛି ନିଷ୍କର୍ଷ ନବାହାରିବାରୁ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ଚାଷୀ ସଙ୍ଗଠନ ନେତା ।

ଆଲୋଚନା ପରେ କୃଷିମନ୍ତ୍ରୀ କହିଛନ୍ତି ଯେ, ‘କେନ୍ଦ୍ର ସରକାର ଚାଷୀଙ୍କ ପ୍ରତି ସମ୍ବେଦନଶୀଳ ଅଛନ୍ତି । କୃଷକଙ୍କ ପ୍ରଗତି ସରକାରଙ୍କ ଲକ୍ଷ୍ୟ । କୌଣସି ଶକ୍ତି ଅଛି, ଯାହାକି ଚାହୁଁଛି ଏହି ଆନ୍ଦୋଳନ ଜାରି ରହୁ । କିନ୍ତୁ ଏହି ଶକ୍ତି ଚାଷୀଙ୍କ ପ୍ରଗତି ଚାହୁନାହିଁ ।’

Get real time updates directly on you device, subscribe now.