fbpx

ଗୋଆ ପରେ କରୋନା ମୁକ୍ତ ହେଲା ମଣିପୁର

ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମଣିପୁରରୁ ଆସିଛି ଖୁସିଖବର । କରୋନାରୁ ମୁକ୍ତ ହୋଇଛି ମଣିପୁର । ରାଜ୍ୟରେ ଏବେ କେହି ବି କରୋନା ସଂକ୍ରମିତ ନଥିବା କୁହାଯାଇଛି । ଏହା ପୂର୍ବରୁ ଗୋଆ କରୋନା ମୁକ୍ତ ହୋଇଥିଲା ।

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହ କହିଛନ୍ତି ଯେ, ମୋତେ କହିବାକୁ ଖୁସି ଲଗୁଛି କି, ଏବେ ମଣିପୁରରେ ଗୋଟିଏ ବି କରୋନା ରୋଗୀ ନାହାନ୍ତିି । କରୋନାରେ ଆକ୍ରାନ୍ତ ହୋଇଥିବା ୨ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ କରୋନାର କୌଣସି ମାମଲା ନାହିଁ ।’ଏହା ପୂର୍ବରୁ ଗୋଆ ଦେଶର ପ୍ରଥମ ରାଜ୍ୟ ଥିଲା, ଯେଉଁଠାରେ ସମସ୍ତ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

Get real time updates directly on you device, subscribe now.