fbpx

କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଜାଭଡ଼େକର

ନୂଆଦିଲ୍ଲୀ, ୨୨ା୪: କରୋନା ପାଇଁ ଦେଶ ଖରାପ ସମୟ ଦେଇ ଗତି କରୁଛି । ଏହାରି ମଧ୍ୟରେ କରୋନା ସ୍ଥିତି ନେଇ ଆଜି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତଙ୍କୁ ୩ମାସରୁ ୫ବର୍ଷ ଯାଏଁ ଜେଲଦଣ୍ଡ ଭୋଗିବାକୁ ପଡ଼ିପାରେ । ଯଦି ମାମଲା ଗମ୍ଭୀର ହୋଇଥାଏ ତେବେ ୬ମାସରୁ ୭ବର୍ଷ ଯାଏଁ ଜେଲଦଣ୍ଡ ହେବ । ଗୁରୁତର ମାମଲାରେ ବଲକ୍ଷରୁ ୭ଲକ୍ଷ ଯାଏଁ ଜରିମାନା ଆଦାୟ ହେବ । ଏହାସହ କ୍ଷତିର ଆକ୍ରମଣକାରୀ ଦୁଇଗୁଣା ଭରିବେ । ଅଭିଯୋଗର ୩୦ଦିନ ଭିତରେ ତଦନ୍ତ ଶେଷ ହେବ ବୋଲି ସେ କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କାର୍ଯ୍ୟରତ ଥିବା କର୍ମୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ୫୦ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା ମଧ୍ୟ ହୋଇଛି । ୧.୮୮କୋଟି ପିପିଇ ଅର୍ଡ଼ର ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.