fbpx

ଗଡ଼ିଲାଣି ତାଳଧ୍ୱଜ, ମଝିରେ ସୁନାନାକିଙ୍କ ଦର୍ପଦଳନ…

ପୁରୀ(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡ଼ିଲାଣି ରଥ । ଶ୍ରୀକ୍ଷେତ୍ରରେ ପବିତ୍ର ଘୋଷଯାତ୍ରାର ପାବନ ଅବସରରେ ଗଡ଼ିଲାଣି ରଥ । ରଥ ଉପରେ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସରିଛି । ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଥିଲେ । ଏହାପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ କରାଯାଇଥିଲା । ତତ୍ପରାତ୍ ତିନି ରଥକୁ ଶରଧାବାଲି ଅଭିମୁଖେ ଟଣାଯାଉଛି ।

ମଧ୍ୟାହ୍ନ ୧୨ଟା ବେଳକୁ ମହାପ୍ରଭୁ ବଳଭଦ୍ରଙ୍କ ରଥ ପ୍ରଥମେ ଗଡ଼ିଥିଲା । କେବଳ ସେବାୟତମାନେ ରଥାରୁଢ଼ ଶ୍ରୀଜିଉଙ୍କୁ ଟାଣି ଟାଣି ନେଉଥିବାବେଳେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ପଛରେ ଝୁଲି ଝୁଲି ଆସିବ କାଳିଆ । ତେବେ ତା ନନ୍ଦିଘୋଷ ନିକଟରେ ଗତବ୩ର୍ଷ ଭଳି ଚଳିତଥର ମଧ୍ୟ ନାହିଁ ଗହଳି । ତେଣୁ କାଳିଆର ମନ ଊଣା! ସେ ଲୀଳାମୟ ସବୁ ତାରି ଇଚ୍ଛା ବୋଲି ଦୂରରୁ ମୁଣ୍ଡିଆ ମାରୁଛନ୍ତି ଶ୍ରଦ୍ଧାଳୁ ।

କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ମହାମାରୀ କରୋନା କଟକଣା ଭିତରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ହେଉଛି । ସୋମବାର ଭୋର ସାଢ଼େ ୪ଟାରୁ ରଥଯାତ୍ରା ନୀତି ଆରମ୍ଭ ହୋଇଥିବାବେଳେ ପହଣ୍ଡି ବିଜେ ୭ଟାରୁ ଆରମ୍ଭ ହୋଇ ୧୦ଟା ପୂର୍ବରୁ ସରିଥିଲା । ଏହା ପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ ଏବଂ ପରେ ଗଜପତି ମହାରାଜ ଛେରାପହଁରା କରିଥିଲେ ।

Get real time updates directly on you device, subscribe now.