fbpx

କିଛି ଘଣ୍ଟା ପରେ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ମ୍ୟାଚ: ଷ୍ଟାଡିୟମରେ ନାହିଁ ଲାଇନ

ଛତିଶଗଡ଼: ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ କ୍ରିକେଟ ମ୍ୟଚ । କିନ୍ତୁ ଷ୍ଟାଡିୟମରେ ନାହିଁ ବିଜୁଳି । ଆଜ୍ଞା ହଁ! ଆମେ କହୁଛୁ ଛତିଶଗଡ଼ ରାୟପୁରର ବୀର ନାରାୟଣ ସିଂ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ କଥା । ଏଠାରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ପରିସ୍ଥିତି । ଆଉ କିଛି ଘଣ୍ଟା ମଧ୍ୟରେ ଏଠାରେ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟି ଟ୍ୱେଣ୍ଟି । ହେଲେ ମ୍ୟାଚ ପୂର୍ବରୁ ଷ୍ଟାଡିୟମରେ ଦେଖିବାକୁ ମିଳିଛି ଏପରି ଅଚଳାବସ୍ଥା ।

ତେବେ ଏହାର କାରଣ ବାକି ଥିବା ଅତ୍ୟଧିକ ବିଜୁଳି ବିଲ୍ ବୋଲି ଜଣାପଡ଼ିଛି । ତେବେ ୩ କୋଟି ୧୬ ଲକ୍ଷ ଟଙ୍କାର ବିଲ ବାକିରହିଥିବା ଜଣା ପଡ଼ିଛି । ସେହି କାରଣରୁ ଷ୍ଟାଡିୟମରେ ବିଗତ ୫ ବର୍ଷ ହେବ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ସୂଚନା ମିଳିଛି । ତେବେ ମ୍ୟାଚ ପାଇଁ ଛତିଶଗଡ଼ ରାଜ୍ୟ କ୍ରିକେଟ ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ଅନୁରୋଧ କରାଯାଇଥିଲା । ତେବେ ଅନୁରୋଧ କ୍ରମେ ମାତ୍ର ୨୦୦ କେଭିର ଅସ୍ଥାୟୀ ସଂଯୋଗ ଦିଆଯାଇଛି ଯାହା ଦ୍ୱାରା କେବଳ ମାତ୍ର ଗ୍ୟାଲେରୀ ଏବଂ ବକ୍ସ ହିଁ ଆଲୋକିତ ହୋଇପାରିବ । ଫ୍ଲଡ଼ ଲାଇଟ ପାଇଁ ୨୦୦ କେଭି ପର୍ଯ୍ୟାପ୍ତ ହେଉନଥିବା କାରଣରୁ ଅଚଳାବସ୍ଥା ଜାରି ରହିଛି ।

ତେବେ ରାୟପୁର ଷ୍ଟାଡିୟମରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମ୍ୟଚ ପୂର୍ବରୁ ଏହି ସ୍ଥିତିକୁ ସୁଧାରିବା ନେଇ ବଡ଼ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.