fbpx

ଗ୍ରେ ମାର୍କେଟ କ’ଣ ? ଏହା ଶେୟାର ବଜାର ଠାରୁ କିପରି ଭିନ୍ନ

ନୂଆଦିଲ୍ଲୀ: ଶେୟାର ବଜାର ବା ଷ୍ଟକ୍ ଏକ୍ସଚେଞ୍ଜ ହେଉଛି ଏକ ପ୍ଲାଟଫର୍ମ ଯେଉଁଠି କମ୍ପାନୀମାନଙ୍କ ଦ୍ୱାରା ଷ୍ଟକ୍ କିଣା ବିକା ହୋଇଥାଏ । ଶେୟାର ବଜାର, କ୍ରେତା ଏବଂ ବିକ୍ରେତାଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିଥାଏ । ଶେୟାର କିଣିବା ଓ ବିକ୍ରି କରିବାର କିଛି ନିୟମ ରହିଛି । ଏଥିପାଇଁ ଶେୟାର ବଜାରକୁ ରେଗୁଲେଟେଡ଼୍ ମାର୍କେଟ ମଧ୍ୟ କୁହାଯାଏ । ଆଇପିଓ(Initial Public Offering) ବିଷୟରେ ଚର୍ଚ୍ଚା ସମୟରେ ଅନେକ ଥର ଗ୍ରେ ମାର୍କେଟ, ଗ୍ରେ ମାର୍କେଟ ପ୍ରିମିୟମ ଭଳି ଶବ୍ଦ ବ୍ୟବହାର ହୋଇଥାଏ ।

କ’ଣ ଏହି ଗ୍ରେ ମାର୍କେଟ ? ଏହାର କାମ କ’ଣ ?

ଗ୍ରେ ମାର୍କେଟକୁ ଅନ୍‌ଅଫିସିଆଲ ଷ୍ଟକ୍ ମାକେର୍ଟ ମଧ୍ୟ କୁହାଯାଏ । ଏଥିରେ କୌଣସି ନିୟମ ନଥାଏ । ସାଧାରଣ ଭାଷାରେ କହିବାକୁ ଗଲେ ଗ୍ରେ ମାର୍କେଟ ହେଉଛି ଚୋର ବଜାର । ଏଠାରେ ଅବୈଧ ଭାବରେ ଶେୟାର କିଣା ବିକା ହୋଇଥାଏ । ବୈଧ ଭାବେ ବା ଔପଚାରିକ ଭାବେ ଶେୟାର ବଜାରରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଗ୍ରେ ମାର୍କେଟରେ ଟ୍ରେଡ଼୍ ଆରମ୍ଭ ହୋଇଯାଇଥାଏ । ଏଠାରେ ଟ୍ରେଡ଼ିଂ ସମୟରେ କ୍ରେତା ଓ ବିକ୍ରେତା ମୁହାଁମୁହିଁ ହେବା ଆବଶ୍ୟକ ନଥିବାବେଳେ କେବଳ ନଗଦ ରାଶିରେ ହିଁ କାରବାର ହୋଇଥାଏ । ୧୮୭୫ ମସିହାରେ ଦେଶର ପ୍ରଥମ ଶେୟାର ବଜାର ବିଏସ୍‌ଇ(ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜେ) ଆରମ୍ଭ ହୋଇଥିଲା । କିନ୍ତୁ ଏହା ପୂର୍ବରୁ ଗ୍ରେ ମାର୍କେଟ ତାହାର ଅସ୍ତିତ୍ୱ ବଜାୟ ରଖିଥିଲା । ବିଏସ୍‌ଇ ବା ଏନ୍‌ଏସ୍‌ଇରେ ଟ୍ରେଡ଼୍ କରିବା ଯେତିକି ସୁରକ୍ଷିତ ଗ୍ରେ ବଜାରରେ ସେତିକି ଅସୁରକ୍ଷିତ । ବୈଧ ଶେୟାର ବଜାରରେ କାରବାର ଆରମ୍ଭ ହେବା ପୂର୍ବରୁ ଗ୍ରେ ବଜାର ମୂଲ୍ୟର ସଠିକ ଧାରଣା ଦେଇଥାଏ । ଅନେକ ‘ଆଇପିଓ’ର ଲିଷ୍ଟିଂ ସମୟରେ ଗ୍ରେ ମାର୍କେଟର ଅନୁମାନ ସଠିକ୍ ପ୍ରମାଣିତ ହୋଇଛି ।

 

Get real time updates directly on you device, subscribe now.