ଆପଣ ମାନେ ତମାଖୁ ସେବନ କରୁଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ । ଝାଡଖଣ୍ଡ ସରକାର ସରକାରୀ ଚାକିରୀ ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନଙ୍କ ପାଇଁ ଆଣିଛନ୍ତି ଏକ ରୋଚକ ଆଇନ । ଝାଡଖଣ୍ଡ ସରକାର କହିଛନ୍ତି କି ଯେଉଁ ପ୍ରାର୍ଥୀମାନେ ସରକାରୀ ଚାକିରୀ ପାଇଁ ଆଶାୟୀ ଅଛନ୍ତି ସେମାନେ ଆବଦନ କରିବା ସମୟରେ ସମସ୍ତ ଦସ୍ତାବିଜ୍ ସହ ଏକ ସତ୍ୟପାଠ ଦାଖଲ କରିବାକୁ ପଡିବ । ଯେଉଁ ସତ୍ୟପାଠରେ ଲେଖାଥିବ କି ସେମାନେ ଆଗରୁ କେବେ ତମାଖୁ ସେବନ କରୁନଥିଲେ ଓ ଚାକିରୀ କରିବା ପରେ କେବେ ବି ତମାଖୁ ସେବନ କରିବେ ନାହିଁ । ମଙ୍ଗଳବାର ଦିନ ରାଞ୍ଚିରେ ଅନୁଷ୍ଠିତ ହୋଇଥିବା ତମାଖୁ କଣ୍ଟ୍ରୋଲ ବୈଠକରେ ଏଭଳି ନିସ୍ପତ୍ତି ନିଆଯାଇଛି ।