fbpx
BSKY
BJD SHG SKY
BJD MC SKY

ଆଉ ଫ୍ରି ନାହିଁ, ଏଣିକି ଗୁଗୁଲ ସର୍ଚ୍ଚ ପାଇଁ ଟଙ୍କା ଦେବାକୁ ପଡିବ

ନୂଆଦିଲ୍ଲୀ : ଗୁଗୁଲ ୟୁଜର୍ସଙ୍କ ପାଇଁ ଦୁଃଖ ଖବର । ଆଉ ଫ୍ରି ନାହିଁ, ଏଣିକି ଗୁଗୁଲରେ ସର୍ଚ୍ଚ ପାଇଁ ଟଙ୍କା ଦେବାକୁ ପଡିବ । ବିଗତ କିଛି ମାସରେ chatGDP ଚର୍ଚ୍ଚାରେ ରହିଛି । AI ଟୁଲ ସାହାଯ୍ୟରେ ୟୁଜର୍ସ ଆସାଇନମେଣ୍ଟ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାମ ପର୍ଯ୍ୟନ୍ତ ଗୁଗୁଲରୁ ବିନା ଦେୟରେ ବା ଫ୍ରି ରେ କରିପାରୁଥିଲେ । କିନ୍ତୁ ଏଥର ଟଙ୍କା ଦେବାକୁ ପଡିପାରେ ।

ଗୁଗୁଲ ଓ ମାଇକ୍ରୋସଫ୍ଟ ଭଳି ନାମୀଦାମୀ କମ୍ପାନୀ chatGDP ବିକଳ୍ପ ବାହାର କଲେ କିନ୍ତୁ ଇଣ୍ଟରନେଟରୁ ତଥ୍ୟ ସାଉଁଟୁଥିବା ୟୁଜର୍ସଙ୍କ ପାଇଁ ନୂଆ ନିୟମ ଛାଡିଦେଲେ । ଏହାର ସିଧା ସଳଖ ପ୍ରଭାବ ଗୁଗୁଲ ଓ ମାଇକ୍ରୋସଫ୍ଟ ଭଳି ସର୍ଚ୍ଚ ଇଞ୍ଜିନ୍ ବ୍ୟବହାର କରୁଥିବା ୟୁଜର୍ସଙ୍କ ଉପରେ ପଡିବାକୁ ଯାଉଛି ।

ଅନେକ ଇଣ୍ଟରନେଟ୍ ସେବା ଯୋଗାଉଥିବା କମ୍ପାନୀ ଗୁଡିକ ସବସ୍କ୍ରିପଶନ୍ ପ୍ଲାନ୍ ଲଞ୍ଚ କରିସାରିଛନ୍ତି । ପୂର୍ବରୁ ସେମାନଙ୍କ ସେବା ଫ୍ରି ଥିଲା, ହେଲେ ବର୍ତ୍ତମାନ ସେଗୁଡିକୁ ବ୍ୟବହାର କରିବା ପାଇଁ ୟୁଜର୍ସଙ୍କୁ ଦେୟ ଦେବାକୁ ପଡୁଛି । କୋଭିଡ -୧୯ ଲକଡାଉନରେ ବ୍ୟବହାର କରାଯାଇଥିବା ଫ୍ରି ପ୍ଲାନ୍ ଶେଷ ହୋଇସାରିଛି । ଏସବୁ ବ୍ୟବହାର ପାଇଁ ୟୁଜର୍ସଙ୍କୁ ଦେୟ ଦେବାକୁ ପଡୁଛି ।

ଗୋଟିଏ ପରେ ଗୋଟିଏ ଏଭଳି ଅନେକ AI ଆଧାରିତ ସର୍ଚ୍ଚ ଇଞ୍ଜିନ ବଜାରକୁ ଆସିବ କିନ୍ତୁ ସେମାନଙ୍କ ସମସ୍ତ ଫଙ୍କସନ ଫ୍ରି ହେବ ନାହିଁ । କେବଳ ବେସିକ୍ ଫଙ୍କସନ ଫ୍ରି ରହିବ, ବାକି ଅନ୍ୟ ଗୁଡାକ ପାଇଁ ପେମେଣ୍ଟ କରିବାକୁ ପଡିବ ।

ପ୍ରତିଦିନ ଗୁଗୁଲରେ ପ୍ରାୟ ୯ ଅରବ ସର୍ଚ୍ଚ କ୍ୱେରିଜ ପ୍ରୋସେସ କରିଥାଏ । ଏହାର ଅର୍ଥ ଗୁଗୁଲରେ ପ୍ରତିଦିନ ୯ ଅରବ ବିଷୟ ଉପରେ ୟୁଜର୍ସ ସର୍ଚ୍ଚ କରନ୍ତି । ଯଦି ଏହାର କେବଳ ୧% ଅର୍ଥକୁ ଗୁଗୁଲ ମନିଟାଇଜ୍ କରିବ ତେବେ ତାହାର ରୋଜଗାର ଅରବରେ ହେବ । ଗୁଗୁଲ ପରେ ମାଇକ୍ରୋସଫ୍ଟ ମଧ୍ୟ ଏହି ରେସରେ ସାମିଲ ହୋଇଛି । କିନ୍ତୁ ବର୍ତ୍ତମାନ ସମସ୍ତଙ୍କ ନଜରରେ chatGDP ବିକଳ୍ପ ରହିଛି ।

Get real time updates directly on you device, subscribe now.