fbpx

ମାଇକ୍ରୋସଫ୍ଟ ସହ ଜଡିତ ଏହି କମ୍ପାନୀ ୧୦ ପ୍ରତିଶତ କର୍ମଚାରୀଙ୍କର କରିବ ଛଟେଇ, ଜାଣନ୍ତୁ ସପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ବର୍ତ୍ତମାନ ଆର୍ଥିିକ ମାନ୍ଦା ସହ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ଛଟେଇ କରିବାରେ ଲାଗିଛନ୍ତି । କମ୍ପାନୀ ଚାକିରି ଦେବା ବଦଳରେ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଉଛି । ଟ୍ୱିଟର, ଆମାଜନ, ଗୁଗୁଲ, ୟାହୁ, ଡ଼ିଜ୍ରି କମ୍ପାନୀ ପରେ ବର୍ତ୍ତମାନ ମାଇକ୍ରୋସଫ୍ଟ ଅଧିନରେ ଥିବା କମ୍ପାନୀ ଗିଟହବ ୧୦ ପ୍ରତିଶତ କର୍ମଚାରୀ ମାନଙ୍କର ଛଟେଇକୁ ନେଇ ଘୋଷଣା କରିଛି । ଗିଟହବରେ ପାଖାପାଖି ୩୦୦୦ କର୍ମଚାରୀ କାମ କରୁଥିବାର ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ମାଇକ୍ରୋସଫ୍ଟ କମ୍ପାନୀ ଅଧୀନରେ ଥିବା ଓପୋନ ସୋର୍ସ ଡେବଲପର ପ୍ଲାଟଫର୍ମ ଗିଟହବ ଆର୍ଥିକ ବର୍ଷର ଶେଷ ପର୍ଯ୍ୟନ୍ତ ନିଜ ୧୦ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରିବାର ଘୋଷଣା କରିଛି । କମ୍ପାନୀ କହିଛି ଯେ, ଆର୍ଥିକ ପରିସ୍ଥିତି ଖରାପ ଚାଲିବା କାରଣରୁ କର୍ମଚାରୀ ମାନଙ୍କର ଛଟେଇ କରିବାକୁ ପଡ଼ୁଛି । ତେବେ ଗିଟହବରେ ସମୁଦାୟ ୩,୦୦୦ କର୍ମଚାରୀ କାମ କରୁଛନ୍ତି । କହିବାକୁ ଗଲେ ଏହା ପୂର୍ବରୁ ମାଇକ୍ରୋସଫ୍ଟ କମ୍ପାନୀ ନିଜେ କର୍ମଚାରୀ ମାନଙ୍କର ଛଟେଇ କରି ସାରିଛି ।

ଅନ୍ୟପଟେ ୟାହୁ କମ୍ପାନୀ ଗୁରୁବାର ଦିନ କହିଛି ଯେ, ନିଜର ବିଜ୍ଞାପନ ଟେକନିକ ବିଭାଗର ବଡ଼ ପୂର୍ଣ୍ଣଗଠନ ରୂପରେ, ନିଜର ସମୁଦାୟ କାର୍ଯ୍ୟବଳର ୨୦ ପ୍ରତିଶତରୁ ଅଧିକ ଛଟେଇ କରିବାର ଯୋଜନା ବନାଉଛି । ଏହି ଛଟେଇ ୫୦ ପ୍ରତିଶତ ବିଜ୍ଞାପନ ଟେକନିକ କର୍ମଚାରୀଙ୍କୁ ପ୍ରଭାବିତ କରିବ, ଯେଉଁଥିରେ ସମୁଦାୟ ୧,୦୦୦ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି ।

ସେପଟେ ଡିଜ୍ରୀ କମ୍ପାନୀ ୯ ଫେବୃଆରୀ ବୁଧବାରଦିନ ନିଜ କମ୍ପାନୀର ଏକ ପୂର୍ଣ୍ଣଗଠନକୁ ନେଇ ଘୋଷଣା କରିଛି । କମ୍ପନୀ ଲଗାତାର ୫.୫ ବିଲିୟନ ଡଲାର ବଞ୍ଚାଇବାକୁ ଏବଂ ଷ୍ଟ୍ରିମିଂ ବ୍ୟବସାୟକୁ ଲାଭଦାୟକ ବନାଇବା ପାଇଁ ୭୦୦୦ ଚାକାରିରେ ଛଟେଇ ହେଉଛି । ଏହା ଡିଜ୍ରୀ ଗ୍ଲୋବାଲ ୱାର୍କଫୋର୍ସର ଆନୁମାନିକ ୩.୬ ପ୍ରଥିଶତ ଅଟେ ।

 

Get real time updates directly on you device, subscribe now.