fbpx

‘କେହି ଆମକୁ ସାହାଯ୍ୟ କରୁ ନାହାନ୍ତି, କେବଳ ଭାରତ ଆମକୁ ଆର୍ଥିକ ସହାୟତା ଯୋଗାଉଛି’

Advertisement

ନୂଆଦିଲ୍ଲୀ: ଭାରତକୁ ଛାଡି ଅନ୍ୟ କୌଣସି ଦେଶ ଆମକୁ ସାହାଯ୍ୟ କରୁ ନାହାନ୍ତି। ଏମିତି ଭାବବିହ୍ଵଳ ବୟାନ ଦେଇଛନ୍ତି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ। ସେ କହିଛନ୍ତି, ଭାରତକୁ ବାଦ୍ ଦେଲେ ଅନ୍ୟ କୌଣସି ଦେଶ ସଙ୍କଟଗ୍ରସ୍ତ ଶ୍ରୀଲଙ୍କାକୁ ଇନ୍ଧନ ପାଇଁ ଆର୍ଥିକ ସହାୟତା କରୁ ନାହାନ୍ତି। ସଂସଦରେ ନିଜର ସମ୍ବୋଧନରେ ବିକ୍ରମାସିଙ୍ଘେ କହିଛନ୍ତି, ସେ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ପ୍ରମୁଖ କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ଶୀଘ୍ର କଲୋମ୍ବୋକୁ ଏକ ଦଳ ପଠାଇବାକୁ ଅନୁରୋଧ କରିଛି। ଯଦ୍ଵାରା କର୍ମଚାରୀସ୍ତରରେ ରାଜିନାମାକୁ ଅନ୍ତିମ ରୂପ ଦିଆଯାଇ ପାରିବ। ନିଜର ସବୁଠୁ ଦୟନୀୟ ଆର୍ଥିକ ସ୍ଥିତି ଦେଇ ଗତି କରୁଥିବା ଦ୍ଵୀପ ରାଷ୍ଟ୍ର ଶ୍ରୀଲଙ୍କା ଆଗାମୀ ଛଅ ମାସ ସ୍ଥିତିରୁ ମୁକୁଳିବା ପାଇଁ ଆଇଏମଏଫଠୁ ୬ ବିଲିୟନ ଡଲାର ଦାବି କରିଛି।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଭାରତ ଶ୍ରୀଲଙ୍କାକୁ ଲଗାତାର ସାହାଯ୍ୟ କରି ପାରିବ ନାହିଁ। ଭାରତରେ କିଛି ଲୋକ ପ୍ରଶ୍ନ କରୁଛନ୍ତି ଯେ, ଶ୍ରୀଲଙ୍କାକୁ ଆମେ କାହିଁକି ସାହାଯ୍ୟ କରିବୁ। ସେମାନେ ଆମକୁ କହୁଛନ୍ତି ଯେ, ଆମକୁ ସାହାଯ୍ୟ ଯୋଗାଇ ଦେବା ପୂର୍ବରୁ ଶ୍ରୀଲଙ୍କା ପ୍ରଥମେ ନିଜ ଲୋକଙ୍କୁ ସାହାଯ୍ୟ କରୁ। ଭାରତ ସର୍ବଦା ସାହାଯ୍ୟ ଯୋଗାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେ କହିଛନ୍ତି।

ସୂଚନାଯୋଗ୍ୟ, ଭାରତ ଶ୍ରୀଲଙ୍କାକୁ ଭୋଜନ, ଔଷଧ ଏବଂ ଇନ୍ଧନ ପାଇଁ ଋଣ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ପାଇଁ ୩.୫ ବିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଛି। ଶ୍ରୀଲଙ୍କା ଦେବାଳିଆ ହେବାର ଦ୍ଵାର ଦେଶରେ ପହଞ୍ଚି ଯାଇଛ। ଭୋଜନ, ଇନ୍ଧନ, ଔଷଧ ଏବଂ ରୋଷେଇ ଗ୍ୟାସଠୁ ନେଇ ଟଏଲେଟ୍ ପେପର ଏପରିକି ଦିଆସିଲି ପରି ନିତ୍ୟ ବ୍ୟବହାର‌୍ୟ୍ୟ ସାମଗ୍ରୀର ଘୋର ଅଭାବ ଦେଇ ଗତି କରୁଛି। ଗତ କିଛି ମାସ ହେବ ସୀମିତ ଷ୍ଟକ୍ କିଣିବା ପାଇଁ ଲୋକଙ୍କୁ ଲମ୍ବା ଧାଡିରେ ରହିବାକୁ ପଡୁଛି।

 

Get real time updates directly on you device, subscribe now.