ଓଡ଼ିଶା ଭାସ୍କର: ସାଉଦି ଆରବ, ଯେଉଁଠି ଅଛି ଖାଲି ବାଲି ଆଉ ବାଲି । ସେଠାରେ ତେଲ ଭାରି ମାତ୍ରାରେ ରହିଛି । ଯେଉଁ କାରଣ ପାଇଁ ଏହି ଦେଶ ଧନୀ ତାଲିକାର ଖୁବ ଉପରେ ହୋଇଛି । କିନ୍ତୁ ସେଠାରେ ପିଇବା ପାଇଁ ପାଣି ନାହିଁ । ପାଣି ପିଇବାକୁ ଏଠାରେ ଖୁବ କସରତ କରିବାକୁ ପଡ଼ିଥାଏ । ଏହାର ପରିମାଣ ଏତେ କମ୍ ଯେ, ଦୁବାଇରେ ପିଇବା ପାଣି ନାହିଁ କୁହାଯାଇପାରେ । ଏହି ଦେଶରେ ଗୋଟିଏ ବି ନଦୀ, ଝରଣା କି ହ୍ରଦଟିଏ ମଧ୍ୟ ନାହିଁ । ଟଙ୍କା, ସୁନା-ରୂପା ଇତ୍ୟାଦିରେ ଭରପୁର ଦେଶରେ ନାହିଁ ଜୀବନ ବଞ୍ଚାଉଥିବା ପାଣି । ଏବେ ପ୍ରଶ୍ନ ଉଠୁଛି ଯେ, ସାଉଦୀ ଆରବ ପିଇବା ପାଇଁ ପାଣି କେଉଁଠୁ ଆଣେ? ଚାଲନ୍ତୁ ଜାଣିବା ଏହା ପଛରେ ଥିବା ରହସ୍ୟ ବିଷୟରେ ।
ଦେଶରେ ପ୍ରାୟ ୧ ପ୍ରତିଶତ ଜମି ଚାଷ କରିବା ଯୋଗ୍ୟ । ସେଥିରେ ବି କିଛି କିଛି ଚାଷ ହୁଏ । କାରଣ ଧାନ ଓ ଗହମ ଭଳି ଫସଲ ପାଇଁ ପ୍ରଚୁର ମାତ୍ରାରେ ପାଣିର ଆବଶ୍ୟକତା ପଡେ । ଯଦିଓ ସେଠାରେ ଥରେ, ଗହମ ଚାଷ ଆରମ୍ଭ ହୋଇଥିଲା । ହେଲେ ପାଣିର ଅଭାବ ପାଇଁ ସେସବୁକୁ ବନ୍ଦ କରିବାକୁ ପଡିଲା । ସାଉଦୀକୁ ଖାଇବା ପିଇବା ପାଇଁ ସବୁ ଜିନିଷ ବିଦେଶରୁ କିଣିବାକୁ ପଡେ । ଭୂମିଗତ ପାଣି ବହୁତ ଅଛି । ହେଲେ ସେବୁ ବହୁତ ତଳେ । କିନ୍ତୁ କୁହାଯାଉଛି କି, କିଛି ବର୍ଷ ମଧ୍ୟରେ ସେସବୁ ସଂପୂର୍ଣ୍ଣ ଭାବେ ଶେଷ ହୋଇଯିବ । ଏକ ରିପୋର୍ଟ ହିସାବରେ, ପୂର୍ବରୁ ସେଠାରେ ପାଣି ପାଇଁ ବହୁତ କୁଅ ଥିଲା । ଯାହାର ବ୍ୟବହାର ହଜାର ହଜାର ବର୍ଷ ଧରି କରାଯାଇ ଆସୁଥିଲା । ହେଲେ ଜନସଂଖ୍ୟା ବଢିବା କାରଣରୁ ଭୂମିଗତ ଜଳର ଅଭାବ ବି ବଢିବାକୁ ଲାଗିଲା । ଆଉ ଏହାର ପରିଣାମ ଏହା ହେଲା କି, ଧିରେ ଧିରେ କୂଅର ଗଭୀରତା ବଢିଲା । ଆଉ କିଛି ହିଁ ବର୍ଷ ଭିତରେ କୂଅ ପୁରାପୁରି ଶୁଖିଗଲା ।
ଖାସ କଥା ହେଲା କି ଏଠାରେ ବର୍ଷରେ ଥରେ କିମ୍ବା ୨ ଥର ବର୍ଷା ହୁଏ ଆଉ ତା ବି ତୋଫାନ ସହ । ଯେଉଁଥିପାଇଁ ସେହି ପାଣି କୁ ସଂଚୟ କରିବା ସମ୍ଭବ ନୁହେଁ । ସେଠିକାର ସମୁଦ୍ର ପାଣଇକୁ ପିଇବା ଯୋଗ୍ୟ କରାଯାଏ । କାରଣ ପାଣି ଲୁଣିଆ ଥିବାରୁ ଡିସଲିନେସନ ଦ୍ୱାରା ସମୁଦ୍ର ପାଣିରୁ ଲୁଣ ଅଲଗା କରି ପିଆଯାଏ । ଏହାବାଦ ଦୁବାଇରେ କରାଯାଏ କ୍ଲାଉଡ ସିଡିଂ । ଏହା ଏକ ଏମିତି ଟେକ୍ନିକ, ଯେଉଁଠି କୃତ୍ରିମ ବର୍ଷା କରାଯାଏ । ଏଥିପାଇଁ ସିଲଭର ଆୟୋଡାଇଡ କିମ୍ବା ଲୁଣ ଭଳି ସିଡିଂ ଏଜେଣ୍ଟ ବାଦଲରେ ଢଳାଯାଏ । ପାଣିପାଗ ବିଭାଗ ବାୟୁମଣ୍ଡଳର ସ୍ଥିତିର ନଜର ରଖନ୍ତି । ବର୍ଷାର ପାର୍ଟନ ଆଧାରରେ ବିଜରୋପଣ ପାଇଁ ଉପଯୁକ୍ତ ବାଦଲର ଚିହ୍ନଟ ହୁଏ । ଏହି ଟେକ୍ନିକ ସ୍ପଷ୍ଟ ପରିସ୍ଥିତିରେ ୩୦ରୁ ୩୫ ପ୍ରତିଶତ ଓ ଅଧିକ ଆଦ୍ର ପରିସ୍ଥିତିରେ ୧୦ରୁ ୧୫ ପ୍ରତିଶତ ଯାଏଁ ବର୍ଷାର ପରିମାଣକୁ ବଢାଇପାରେ ।