fbpx
BJD SKY
BJD SKY

ଦିଲ୍ଲୀରେ ଚିହ୍ନଟ ମଙ୍କିପକ୍ସ ସଂକ୍ରମକଙ୍କ ଠାରେ ନାହିଁ ଯୌନ ସମ୍ପର୍କ ଲକ୍ଷଣ: ICMR

BJD

ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ ମଙ୍କିପକ୍ସ ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର) ଏବଂ ଏଲ୍‌ଏନ୍‌ଜିପି ମେଡିକାଲର ମିଳିତ ଅନୁସନ୍ଧାନରୁ ଏକ ବଡ଼ ସୂଚନା ମିଳିଛି। ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ୫ଜଣଙ୍କଠାରେ କୌଣସି ଯୌନ ସମ୍ପର୍କ ସମ୍ଭନ୍ଧିତ ଇତିହାସ ମିଳି ନାହିଁ ବୋଲି କହିଛି ICMR। ଏମାନଙ୍କ ମଧ୍ୟରୁ କେବଳ ଜଣଙ୍କଠାରେ ହେପାଟାଇଟିସ୍‌-ବି ଭୁତାଣୁ ଠାବ କରାଯାଇଥିଲା।

ଏହି ଅନୁସନ୍ଧାନ ପରେ ଏହା ମଧ୍ୟ କୁହାଯାଇଛି ଯେ, ମଙ୍କିପକ୍ସକୁ ନେଇ ଅଧିକ ଅନୁସନ୍ଧାନ ଜରୁରୀ ଏବଂ ପୁରୁଷ ପୁରୁଷ ସହିତ ଯୌନ ସମ୍ଭନ୍ଧରେ ସାମିଲ ରହିବା କିମ୍ବା ମହିଳା ଯୌନକର୍ମିଙ୍କ ସହିତ ସମ୍ଭନ୍ଧ ରଖିବା ସମୟରେ ସତର୍କତା ରଖିବା ଜରୁରୀ। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ୫ଟି ମଙ୍କିପକ୍ସ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସ୍ଥିତି ଉପରେ ନଜର ରଖାଯାଇ ପଦକ୍ଷେପ ନିଆଯାଉଥିବା ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି।

ମଙ୍କୀପକ୍ସ ହେଉଛି ଏକ ସଂକ୍ରମକ ରୋଗ। ଏଥିରେ ଲୋକେ ସଂକ୍ରମିତ ହେଲେ ଜ୍ୱର, ଚର୍ମରେ କ୍ଷତ, ଲିମ୍ଫେଡେନୋପାଥି, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକାପଣ, ଥଣ୍ଡା କିମ୍ବା ଝାଳ ବହିବା, ଏବଂ କାଶ ଭଳି ସାଧାରଣ ଲକ୍ଷଣ ଦେଖାଯାଏ। ତେବେ ଦିଲ୍ଲୀରେ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ୫ଜଣଙ୍କ ମଧ୍ୟରେ ‘ହାଲକାରୁ ମଧ୍ୟମ ଧରଣର ଜ୍ୱର, ମାୟାଲଜିଆ ଏବଂ ଯୌନାଙ୍ଗ କ୍ଷତ, ଶରୀରରେ କ୍ଷତ’ ଆଦି ସାମାନ୍ୟ ସମସ୍ୟା ଦେଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୪ଜଣଙ୍କଠାରେ ଲିମ୍ଫେଡେନୋପାଥି ଭଳି କୌଣସି ସମସ୍ୟା ଦେଖାଯାଇ ନଥିଲା। ସେହିପରି ମଙ୍କିପକ୍ସରୁ ସୁସ୍ଥ ହେବା ପରେ ସେମାନଙ୍କଠାରେ ଅନ୍ୟ କୌଣସି ସମସ୍ୟା ଦେଖାଯାଇ ନଥିଲା।

 

Get real time updates directly on you device, subscribe now.