fbpx

India vs Hong Kong: ଆଜି ଭାରତ-ହଂକଂ ମୁକାବିଲା, ଏହି ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ ଭାରତ !

ନୂଆଦିଲ୍ଲୀ: ଏସିଆ କପରେ ଭାରତ ଆଜି ନିଜର ଦ୍ୱିତୀୟ ମୁକାବିଲାରେ ହଂକଂକୁ ଭେଟିବ । ହଂକଂର ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ପ୍ରଥମ ମୁକାବିଲା । ହଂକଂକୁ ହରାଇ ଟୁର୍ଣ୍ଣାମେଣ୍ଟର ସୁପର ୪ରେ ପ୍ରବେଶ କରିବା ଲକ୍ଷ୍ୟ ନେଇ ଭାରତ ମଇଦାନକୁ ଓହ୍ଲାଇବ । ହଂକଂ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ନିଜର ଛାପ ଛାଡିବାକୁ ଯଥା ସମ୍ଭବ ଉଦ୍ୟମ କରିବ । ହଂକଂ ଦଳ ଦୁର୍ବଳ ହୋଇଥିଲେ ମଧ୍ୟ ମ୍ୟାଚ୍ ରୋମାଞ୍ଚର ହେବ ବୋଲି ଆଶା କରାଯାଉଛି ।

ଭାରତୀୟ ଦଳର ଚୂଡାନ୍ତ ଏକାଦଶ ଉପରେ ନଜର ପକାଇଲେ ଦଳ ବିନା କୌଣସି ପରିବର୍ତ୍ତନରେ ପଡିଆକୁ ଓହ୍ଲାଇପାରେ । ମାତ୍ର ଅଧିନାୟକ ରୋହିତ ଶର୍ମା ଉକ୍ତ ଭୁଲକୁ ଦୋହରାଇବାକୁ ଚାହିଁବ ନାହିଁ । ଦଳ ପାକିସ୍ତାନ ବିପକ୍ଷରେ ଯେଉଁ ତ୍ରୁଟି କରିଥିଲା, ତାହା ସୁଧାରିବାକୁ ଚେଷ୍ଟା କରିବ । ସ୍ଲୋ ଓଭରରେଟ୍ କାରଣରୁ ଭାରତକୁ ପାକ୍ ବିପକ୍ଷ ମୁକାବିଲାରେ ଜଣେ ଅତିରିକ୍ତ ଖେଳାଳିଙ୍କୁ ୩୦ ଗଜ୍ ସାର୍କିଲ ଭିତରେ ରଖିବାକୁ ପଡିଥିଲା । ଯଦି ଦଳରେ ପରିବର୍ତ୍ତନ କରାଯାଏ ତେବେ ଅଭେଶ ଖାନଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସୁଯୋଗ ମିଳିପାରେ । ଅନ୍ୟପଟେ ଦିନେଶ କାର୍ତ୍ତିକଙ୍କ ବଦଳରେ ଋଷଭ ପନ୍ତଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ ।

ଯଦି ରୋହିତ ଶର୍ମା ଦଳର ବ୍ୟାଟିଂରେ ଅଧିକ ଗଭୀରତା ଚାହାନ୍ତି ତେବେ ଦିନେଶ କାର୍ତ୍ତିକଙ୍କୁ ବାଦ୍ ନଦେଇ ଅଭେଶ ଖାନଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଖେଳାଇ ପାରନ୍ତି । ଏହି ପରି ଭାରତ ଦୁଇ ଜଣ ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ଅର୍ଶଦୀପ ସିଂହଙ୍କ ସହ ମଇଦାନକୁ ଓହ୍ଲାଇପାରେ ।

ଅନ୍ୟପଟେ ହଂକଂ ଦଳର ଏସିଆ କପରେ ଏହା ହେଉଛି ପ୍ରଥମ ମୁକାବିଲା । ଦଳ ଏସିଆ କପ ୨୦୨୨ର ଯୋଗ୍ୟତା ପର୍ଯ୍ୟାର ସମସ୍ତ ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା । ତେଣୁ ଦଳ ଭାରତକୁ ଟକ୍କର ଦେବାକୁ ଉଦ୍ୟମ କରିବ । କୁହାଯାଉଛି ଯେଉଁ ଚୂଡାନ୍ତ ଏକାଦଶ ସହ ହଂକଂ ଦଳ ଯୋଗ୍ୟତା ଅର୍ଜନ କରିଥିଲା, ସମାନ ଦଳ ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବ ।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଦିନେଶ କାର୍ତ୍ତିକ/ଋଷଭ ପନ୍ତ(ୱିକେଟ୍ କିପର), ଭୁବନେଶ୍ୱର କୁମାର, ଅଭେଶ ଖାନ/ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ ଏବଂ ଅର୍ଶଦୀପ ସିଂହ ।

ହଂକଂର ସମ୍ଭାବିତ ଚୂଡାନ୍ତ ଏକାଦଶ

ନିଜାକତ ଖାନ(ଅଧିନାୟକ), ୟାସିନ ମୁର୍ତ୍ତଜା, ବାବର ହୟାତ, କିନଚିତ ଶାହ, ଏଜାଜ ଖାନ, ସ୍କଟ ମ୍ୟାକକେନି(ୱିକେଟ୍ କିପର), ଜିଶାନ ଅଲ୍ଲୀ, ହାରୁନ ଅରଶଦ, ଏହସାନ ଖାନ, ମହମ୍ମଦ ଗଜାନଫର ଏବଂ ଆୟୁଷ ଶୁକ୍ଳା ।

 

Get real time updates directly on you device, subscribe now.