fbpx

McDonald’s ର କୌଣସି ଆଇଟମରେ ରହିବନି ବିଲାତି, ବଢିବା ଦରକୁ ନେଇ କମ୍ପାନୀ ନେଲା ନିଷ୍ପତ୍ତି

Advertisement

ନୂଆଦିଲ୍ଲୀ: McDonald’s ର ବର୍ଗର ବା ଅନ୍ୟାନ୍ୟ ଆଇଟମରେ ଏବେ ବିଲାତି ମିଳିବ ନାହିଁ । ବିଲାତି ଦର ବୃଦ୍ଧି ଯୋଗୁଁ କମ୍ପାନୀ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । କମ୍ପାନୀ କହିଛି ଯେ, ବିଲାତିର ଖରାପ କ୍ୱାଲୀଟି କାରଣରୁ ଆମେ ନିଜ ଆଇଟମ୍ସରେ ବିଲାତି ଦେବାକୁ ସକ୍ଷମ ନାହୁଁ । SEBI Registered Investment Advisor ଆଦିତ୍ୟ ସାହା ଟ୍ୱିଟ୍ କରି ଦାବି କରିଛନ୍ତି ଯେ, ଦିଲ୍ଲୀରେ ମ୍ୟାକଡୋନାଲ୍ଡ ଏକ ନୋଟିସ ଜାରି କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ବର୍ତ୍ତମାନ ଆମେ ବିଲାତି କିଣି ପାରିବୁ ନାହିଁ ।

ଗତକିଛି ଦିନ ହେଲାଣି ଦେଶରେ ବିଲାତି ଦର ବଢିବାରେ ଲାଗିଛି । ଗତ ଗୁରୁବାର ଦିନ ଟମାଟୋ ଦର ପ୍ରତି କିଲୋ ପିଛା ୧୬୨ ଟଙ୍କାରେ ପହଁଚିଛି । ଉପଭୋକ୍ତାଙ୍କ ମାମଲାର ମନ୍ତ୍ରଣାଳୟ ସଂଖ୍ୟା ଅନୁସାରେ, ମହାନଗରରେ ବିଲାତିର ଖୁଚୁରା ଦର କଲିକତାରେ ସର୍ବାଧିକ ୧୫୨ ଟଙ୍କା ରହିଛି । ଏହା ବ୍ୟତୀତ ଦିଲ୍ଲୀରେ କିଲୋ ପିଛା ୧୨୦ ଟଙ୍କା ରହିଛି । ଚେନ୍ନାଇରେ ୧୧୭ ଟଙ୍କା ଏବଂ ମୁମ୍ବାଇରେ କିଲୋ ପିଛା ୧୦୮ ଟଙ୍କା ରହିଛି ।

ଦେଶର ଅନ୍ୟ ପ୍ରମୁଖ ସହରମାନଙ୍କରେ ବିଲାତି ଦର ସର୍ବାଧିକ ରହିଛି । ଗୁରୁବାର ଦିନ ବିଲାତି ୧୪୦ ଟଙ୍କା ପ୍ରତି କିଲୋ ପିଛା ରହିଥିଲା, ବାଙ୍ଗାଲୁରୁରେ ପ୍ରତି କିଲୋ ପିଛା ୧୧୦ ଟଙ୍କା, ବାରଣାସୀରେ ୧୦୭ ଟଙ୍କା ଏବଂ ହାଇଦ୍ରାବାଦରେ ୯୮ ଟଙ୍କା ଏବଂ ଭୋପାଲରେ ୯୦ ଟଙ୍କା ପ୍ରତି କିଲୋ ପିଛା ରହିଛି । ସାଧାରଣତଃ ଜୁଲାଇ-ଅଗଷ୍ଟ ମାସରେ ବିଲାତି ମୂଲ୍ୟ ବଢିଥାଏ । ଏହାର କାରଣ ମୌସୁମୀ କାରଣରୁ ଶିଘ୍ର ଜିନିଷ ଖରାପ ହୋଇଯିବା ଏବଂ ପରିବହନ ପ୍ରଭାବିତ ହୋଇଥାଏ ।

Get real time updates directly on you device, subscribe now.