fbpx

ପଦାର୍ଥ ବିଜ୍ଞାନରେ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି । ପଦାର୍ଥ ବିଜ୍ଞାନରେ ତିନି ଜଣ ବୈଜ୍ଞାନିକ ପୁରସ୍କାର ପାଇବେ । ପାଇରେ ଆଗୋଷ୍ଟିନି, ଫେରେନକ କ୍ରାଉସଜ ଓ ଆନ୍ନୋ ଏଲ’ହୁଲିଅରଙ୍କୁ ପରମାଣୁରେ ଇଲେକ୍ଟ୍ରନ ଦେଖିବା ଦିଗରେ ଅଧ୍ୟୟନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ । ଗତକାଲି ମେଡିସିନ ପାଇଁ କ୍ୟାଟଲିନ କାରିକୋ ଓ ଡ୍ରିଉ ୱିସମ୍ୟାନଙ୍କ ନାମ ଘୋଷଣା କରାଯାଇଥିଲା । କୋଭିଡ ଭ୍ୟାକି୍ସନ କ୍ଷେତ୍ରରେ ଗବେଷଣା ପାଇଁ ଏହି ଦୁଇ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

ପାଇରେ କ୍ରମାଗତ ଭାବେ ଲାଇଟ ପଲସର ଏକ ସିରିଜ ତିଆରି କରିବା ଓ ତା’ର ଯାଞ୍ଚ କରିବାରେ ସଫଳ ହୋଇଛନ୍ତି । ତାଙ୍କର ପ୍ରୟୋଗରେ ପ୍ରତ୍ୟେକ ପଲସ କେବଳ ୨୫୦ ଅଟୋସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା । ପାଇରେ ନିଜର ଗବେଷଣା କରୁଥିବା ସମୟରେ କ୍ରାଉସଜ ଅନ୍ୟ ଏକ ଅଧ୍ୟୟନରେ ବ୍ୟସ୍ତ ରହିଥିଲେ । ସେ ନିଜର ଗବେଷଣା ମାଧ୍ୟମରେ ୬୫୦ ଅଟୋସେକେଣ୍ଡ ପର୍ଯ୍ୟନ୍ତ ଚାଲିପାରୁଥିବା ସିଙ୍ଗଲ ଲାଇଟ ପଲସକୁ ଅଲଗା କରିବାକୁ ସମ୍ଭବ କରିପାରିଥିଲେ । ସେହିପରି ଆନ୍ନୋ ଏକ ଗ୍ୟାସ ମାଧ୍ୟମରେ ଲେଜର ଲାଇଟ ପ୍ରସାରିତ କରିଥିଲେ, ଯାହାକି ପରବର୍ତ୍ତୀ ସମୟରେ ଲାଇଟର ଅନେକ ଅଲଗା ଅଲଗା ସ୍ୱର ଉତ୍ପନ୍ନ କରିଥିଲା ।

ଚଳିତ ବର୍ଷ ପୁରସ୍କାର ରାଶି ବୃଦ୍ଧି କରାଯାଇ ୧୧ ମିଲିୟନ ସ୍ୱିଡିଶ କ୍ରାଉନ (ପାଖାପାଖି ୧୦ ଲକ୍ଷ ଆମେରିକୀୟ ଡଲାର) କରାଯାଇଥିଲା । ଏହି ପ୍ରତିଷ୍ଠିତ ପୁରସ୍କାର ରୟାଲ ସ୍ୱିଡିଶ ଏକାଡେମୀ ଅଫ୍ ସାଇନ୍ସେସ ପକ୍ଷରୁ ପ୍ରଦାନ କରାଯାଇଥାଏ । ପଦାର୍ଥରେ ଇଲେକଟ୍ରନ ଗତିଶୀଳତାର ଅଧ୍ୟୟନ ପାଇଁ ଆଲୋକର ଆଟୋସେକେଣ୍ଡ ପଲସ ଉତ୍ପନ କରିବାର ପରୀକ୍ଷାମୂଳକ ପ୍ରଣାଳୀ’ ପାଇଁ ବୈଜ୍ଞାନିକଙ୍କୁ ଏହି ପୁରସ୍କାର ଦିଆଯିବ ।

Get real time updates directly on you device, subscribe now.