fbpx

ବିବାହ ବନ୍ଧନରେ ବାନ୍ଧିହେଲେ ନୋବେଲ ବିଜୟିନୀ ମଲାଲା, ଟ୍ୱିଟରରେ ଶେୟାର କଲେ ଫଟୋ

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜଇ । ଏନେଇ ସେ ଟ୍ୱିଟରରେ ଫଟୋ ଶେୟାର କରିଛନ୍ତି । ୨୪ ବର୍ଷୀୟା ମଲାଲା ବାଳିକାଙ୍କ ଶିକ୍ଷାର ଉନ୍ନତି ନେଇ ପାକିସ୍ତାନରେ ପ୍ରୟାସ ଜାରି ରଖିଛନ୍ତି । ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ୨୦୧୪ ମସିହାରେ ମାତ୍ର ୧୭ ବର୍ଷ ବୟସରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ।

ମଲାଲ ଟ୍ୱିଟରରେ ନିଜର ଫଟୋ ଶେୟାର କରିବା ସହ କହିଛନ୍ତି ଯେ, ସେ ସାରା ଜୀବନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦିନଟି ତାଙ୍କ ଜୀବନର ଏକ ଅଭୁଲା ମୁହୂର୍ତ୍ତ । ଏହି ଉତ୍ସବକୁ ପାଳନ କରିବା ପାଇଁ ବର୍ମିଘମରେ ନିଜ ପରିବାର ପରିଜନଙ୍କ ସହ ଏକ ନିକାହ ସମାରୋହର ଆୟୋଜନ କରାଯାଇଛି । ତାଙ୍କର ବିବାହରେ ଶୁଭେଚ୍ଛା ଜଣାଇବାକୁ ସେ ସମସ୍ତ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି । ବାଳିକାଙ୍କ ଶିକ୍ଷାର ପ୍ରସାର ନେଇ କାର୍ଯ୍ୟ କରୁଥିବାରୁ ୨୦୧୨ରେ ମଲାଲଙ୍କ ମୁଣ୍ଡକୁ ଉତ୍ତର-ପଶ୍ଚିମ ପାକିସ୍ତାନରେ ତାଲିବାନମାନେ ଗୁଳି ଚଳାଇଥିଲେ । ଏହାପରେ ସେ ସମଗ୍ର ବିଶ୍ୱରେ ଜଣେ ସ୍ୱଳ୍ପବୟସ୍କା ଝିଅ ଭାବରେ ଚର୍ଚ୍ଚିତ ହୋଇଯାଇଥିଲେ । ୧୬ ବର୍ଷ ବୟସରେ ମଲାଲା ମିଳିତ ଜାତିସଂଘର ସମ୍ମିଳନୀରେ ଶିକ୍ଷାରେ ସମାନତା ଜରୁରୀ ଉପରେ ଭାଷଣ ଦେଇଥିଲେ । ୯ ବର୍ଷ ପୂର୍ବେ ତାଙ୍କ ଉପରକୁ ଗୁଳି ଚଳାଇଥିବା ଆତଙ୍କୀଙ୍କ ପକ୍ଷରୁ ଚଳିତ ବର୍ଷ ପ୍ରାରମ୍ଭରେ ମଧ୍ୟ ଧମକ ଦିଆଯାଇଥିଲା ।

Get real time updates directly on you device, subscribe now.