ଦକ୍ଷିଣ କୋରିଆର ଡ୍ରୋନ୍ ମାଡ଼: ବୁଝି ପାରିଲାନି ଉତ୍ତର କୋରିଆ, ସହିଦ ହୋଇଗଲେ ୧୦୦ ସୈନିକ

ନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଜଣେ ସାଂସଦ କହିଛନ୍ତି ଯେ ୟୁକ୍ରେନ୍ ବିରୋଧରେ ରୁଷ୍ ପକ୍ଷରୁ ଲଢ଼େଇ କରି ଉତ୍ତର କୋରିଆର ଅତି କମରେ ୧୦୦ ସୈନିକ ପ୍ରାଣ ହରାଇଛନ୍ତି । ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ ସଂସଦକୁ ଏହି ସୂଚନା ଦେଇଛି ବୋଲି ସାଂସଦ ଲି ସେଉଙ୍ଗ-କ୍ୱାନ୍ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । ଏହି ଯୁଦ୍ଧରେ ଉତ୍ତର କୋରିଆର ୧୦୦୦ରୁ ଅଧିକ ସୈନିକ ମଧ୍ୟ ଆହତ ହୋଇଛନ୍ତି ।

ମୃତକଙ୍କ ମଧ୍ୟରେ ଅନେକ ବରିଷ୍ଠ ସାମରିକ ଅଧିକାରୀ ଅଛନ୍ତି ବୋଲି ସାଂସଦ କ୍ୱାନ୍ ସୂଚନା ଦେଇଛନ୍ତି । ନିକଟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ୧୦ ହଜାରରୁ ଅଧିକ ଉତ୍ତର କୋରିଆ ସୈନିକ ୟୁକ୍ରେନ ବିରୋଧରେ ରୁଷ୍ ପକ୍ଷରେ ଲଢୁଛନ୍ତି  । ସୋମବାର ଦିନ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ମଧ୍ୟ ଉତ୍ତର କୋରିଆ ସୈନିକଙ୍କ ମୃତ୍ୟୁ କୁ ନିଶ୍ଚିତ କରିଛି, ଯଦିଓ ସୈନିକଙ୍କ ମୃତ୍ୟୁର କୌଣସି ତଥ୍ୟ ବିଭାଗ ପ୍ରଦାନ କରିନାହିଁ ।