fbpx

୬୦ ନୁହେଁ, ଏବେ ୪୦ ବର୍ଷ ବୟସରେ ମିଳିବ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍! LIC ଆଣିଲା ଏହି ଜବରଦସ୍ତ ପ୍ଲାନ୍

ନୁଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ୬୦ ବର୍ଷ ବୟସରେ ପେନସନ୍ ମିଳିବା କଥା ଶୁଣିଥିବେ ନିଶ୍ଚୟ । କିନ୍ତୁ ଏବେ ଆପଣମାନଙ୍କୁ ପେନସନ୍ ପାଇଁ ଲମ୍ବା ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜୀବନ ବୀମା ନିଗମ(ଏଲଆଇସି) ଏକ ଜବରଦସ୍ତ ପ୍ଲାନ୍ ଲଞ୍ଚ କରିବାକୁ ଯାଉଛି । ଏଥିପାଇଁ ଆପଣଙ୍କୁ ଏକ ଲକ୍ଷ ଟଙ୍କା ଜମା କରିବା ଦ୍ୱାରା ୪୦ ବର୍ଷ ବୟସରେ ପେନସନ୍ ମିଳିବା ଆରମ୍ଭ ହୋଇଯିବ ।

ଏଲଆଇସିର ଏହି ସ୍କିମ୍ ର୍ର ନାଁ ହେଉଛି ସରଳ ପେନସନ୍ ଯୋଜନା । ଏହା ଏକ ସିଙ୍ଗଲ୍ ପ୍ରିମିୟମ୍ ପେନସନ୍ ପ୍ଲାନ୍ । ଏଥିରେ ପଲିସି ନେବା ସମୟରେ କେବଳ ଥରେ ପ୍ରିମିୟମ୍ ଜମା କରିବାକୁ ହେବ । ଏହାପରେ ପୂରା ଜୀବନ ପେନସନ୍ ନେଇପାରିବେ । ଯଦି ପଲିସି ଧାରକଙ୍କର ମୃତ୍ୟୁ ହୋଇଯାଏ ତେବେ ନୋମିନିଙ୍କୁ ସିଙ୍ଗଲ ପ୍ରିମିୟମ୍ ଟଙ୍କା ଫେରାଇ ଦିଆଯିବ । ସରଳ ପେନସନ୍ ଯୋଜନା ଏକ ଇମିଡିଏଟ୍ ଏନ୍ୟୁଟି ପ୍ଲାନ୍ । ଅର୍ଥାତ୍ ପଲିସି ନେବା ପରଠାରୁ ହିଁ ଆପଣଙ୍କୁ ପେନସନ୍ ମିଳିବା ଆରମ୍ଭ ହୋଇଯାଏ ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ସର୍ବନିମ୍ନ ବୟସ ସୀମା ୪୦ ବର୍ଷ ଓ ସର୍ବାଧିକ ୮୦ ବର୍ଷ । ଯେହେତୁ ଏହା ଏକ ହୋଲ୍ ଲାଇଫ୍ ପଲିସି ତେଣୁ ଏହା ପୂରା ଜୀବନ ଚାଲିଥାଏ ।

Get real time updates directly on you device, subscribe now.