fbpx

ଲକ୍ଷଣ ବଦଳାଉଛି କରୋନା, ୪ରୁ ୫ ଦିନ ଭିତରେ ନିୟନ୍ତ୍ରଣକୁ ଆସିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣ ବ୍ୟାପିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ସୁନ୍ଦରଗଡ଼ ଓ ବୁର୍ଲାରେ ସଂକ୍ରମଣକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ସଂକ୍ରମଣ ହେଉଛି । ସେହି ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏଥିପାଇଁ ରାଜ୍ୟ ସରକାର, ସ୍ୱାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି । ବାହାର ପିଲା ଭିତରକୁ ଆସିପାରିବେନି କିମ୍ବାର ଭିତର ପିଲା ବାହାରକୁ ଆସିପାରିବେ ନାହିଁ । ଚିହ୍ନଟ ବ୍ୟକ୍ତିଙ୍କଠାରେ ସିଭିଅରିଟି କମ୍ ରହିଛି । ତେଣୁ ଆତଙ୍କିତ ହେବାର କୌଣସି କାରଣ ନାହିଁ ।

ହଷ୍ଟେଲରେ ଲକାଧିକ ପିଲା ଥିବାରୁ ସଂକ୍ରମଣ ବଢ଼ିଛି । ହଷ୍ଟେଲରେ ସ୍ୱତନ୍ତ୍ର ଭାବେ ସର୍ଭିଲାନ୍ସ କରାଯାଇଛି । ୪ରୁ ୫ଦିନ ମଧ୍ୟରେ ସଂକ୍ରମଣ ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି ।

ଏହା ସହ ବର୍ତ୍ତମାନ କରୋନା ଲକ୍ଷଣ ବଦଳାଉଛି । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ‘ସାମାନ୍ୟ ଥଣ୍ଡା, ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ତେଣୁ ଥଣ୍ଡା ଜ୍ୱର ହେବା ମାତ୍ରେ ଶୀଘ୍ର ଟେଷ୍ଟ କରିବାର ଆବଶ୍ୟକତା ରହିଛି । ଟେଷ୍ଟ କଲେ ନିଜ ସହ ୩୦ ଜଣଙ୍କୁ ସୁରକ୍ଷିତ ରଖିପାରିବା । ବର୍ତ୍ତମାନ ବାହାରେ ଲୋକେ କୋଭିଡ ନିୟମ ମାନୁନାହାନ୍ତି । ଯାହାକି ଆଗାମୀ ଦିନରେ ବଡ଼ ବିପଦ ସୃଷ୍ଟି କରିପାରେ ।’ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.