fbpx

ମଣିଷ କଥା ଛାଡ଼ନ୍ତୁ, କରୋନା ମାଡ଼ରେ ମାଙ୍କଡ଼ ବି ବେହାଲ୍

କରୋନା ମହାମାରୀ ଜନସାଧାରଣଙ୍କ ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରିଛି । ପରିସ୍ଥିତି ଏପରି ହୋଇଥିଲା ଯେ, ଅନେକ ଲୋକ ପେଟ ପୋଷିବା ପାଇଁ  ଭିନ୍ନ ଭିନ୍ନ ବୃତ୍ତିକୁ ଆପଣେନେଇଥିଲେ । ତେବେ ପଶୁମାନେ ମଧ୍ୟ କରୋନା ପ୍ରଭାବରୁ ବର୍ତ୍ତି ପାରି ନାହାନ୍ତି ।

ଆଜିକାଲି ଥାଇଲାଣ୍ଡର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଶହ ଶହ ସଂଖ୍ୟାରେ ମାଙ୍କଡ଼ଙ୍କୁ ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଛି । ଗୋଟିଏ ମାଙ୍କଡ଼ ପାଖରୁ କଦଳୀଟିଏ ଛଡ଼ାଇ ଖାଇବା ପାଇଁ ଅନ୍ୟ ମାଙ୍କଡ଼ ମାନେ ପରସ୍ପର ସହିତ ଝଗଡ଼ା କରୁଥିବାର ଦେଖାଯାଉଛି ।
ସୂଚନାଯୋଗ୍ୟ ଯେ, ଥାଇଲାଣ୍ଡର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଲୋପବୁରି ସହରକୁ ବିଭିନ୍ନ ସମୟରେ ଅନେକ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି । ମାତ୍ର କରୋନା ଯୋଗୁଁ ଏହି ସ୍ଥାନକୁ ଅନେକ ଦିନ ଧରି କୌଣସି ପର୍ଯ୍ୟଟକ ନ ଆସିବା କାରଣରୁ ମାଙ୍କଡ଼ଙ୍କର ଖାଇବା ସମସ୍ୟା ଦେଖାଦେଇଛି । ଏହି କାରଣରୁ ମାଙ୍କଡ଼ମାନେ ଟିକିଏ ଖାଦ୍ୟ ଦେଖିଲେ ଦୌଡ଼ୁଥିବା ଦେଖାଯାଉଛି । ଏହି ଭିଡିଓଟି ବହୁ ଲୋକ ଦେଖିବା ପରେ ପଶୁଙ୍କ ପାଇଁ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।

Get real time updates directly on you device, subscribe now.