fbpx

ଗବେଷଣାରୁ ମିଳିଲା ନୂଆ ତଥ୍ୟ: କେବଳ ପ୍ଲାଷ୍ଟିକ କପ୍ ନୁହେଁ, ପେପର କପ୍ ମଧ୍ୟ ଶରୀର ପାଇଁ କ୍ଷତିକାରକ!

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ପ୍ଲାଷ୍ଟିକର ବ୍ୟବହାର ଆମର ସ୍ୱାସ୍ଥ୍ୟ ଓ ପରିବେଶ ପାଇଁ ବହୁତ କ୍ଷତିକାରକ ବୋଲି ଆମେ ଜାଣିଥାଉ । ପ୍ଲାଷ୍ଟିକ କପରେ ଚା’, କଫି ପିଇବା ଫଳରେ କ୍ୟାନସର ଭଳି ଭୟଙ୍କର ବିମାରୀର ଆଶଙ୍କା ବଢ଼ିଥାଏ । ତେଣୁ ପ୍ଲାଷ୍ଟିକ କପ ବଦଳରେ ପେପର କପର ବ୍ୟବହାର କରିବା ଉଭୟ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ଅନେକ କହିଥାନ୍ତି । ତେବେ ଆପଣଙ୍କର ଏହି ଧାରଣା ଏବେ ଭୁଲ ପ୍ରମାଣିତ ହୋଇଛି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ । ପେପର କପ ମଧ୍ୟ ପରିବେଶ ଓ ସ୍ୱାସ୍ଥ୍ୟ ଉପରେ ଖରାପ ପକାଇପାରେ ।

ସ୍ୱିଡେନର ଗୋଥେନବର୍ଗ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଗବେଷଣା ଅନୁଯାୟୀ, ବିଭିନ୍ନ ସାମଗ୍ରୀରୁ ତିଆରି ହୋଇଥିବା ଡିସ୍ପୋଜେବଲ କପକୁ ତିତଲୀ ମଶାର ଲାର୍ଭା ଉପରେ ପରୀକ୍ଷଣ କରାଯିବା ସମୟରେ ଏହାର ଖୁଲାସା ହୋଇଥିଲା । ପେପର କପ ଓ ପ୍ଲାଷ୍ଟିକ କପ ଉଭୟ ଲାର୍ଭାର ବିକାଶକୁ ନକାରାତ୍ମାକ ଭାବେ ପ୍ରଭାବିତ କରିଥାଏ । ପେପର କପର ଉପର ପୃଷ୍ଠରେ ପ୍ଲାଷ୍ଟିକର ଏକ ଆସ୍ତରଣ ଦିଆଯାଇଥାଏ । ଗରମ ଜିନିଷକୁ ରୋକିବା ଓ ପାଣି କପରୁ ବାହାରକୁ ନଯିବା ପାଇଁ ଏପରି କରାଯାଇଥାଏ । ଫଳରେ ଏହି ପ୍ଲାଷ୍ଟିକ ପରିବେଶରେ ପହଞ୍ଚିବା ପରେ ତାହା ନଷ୍ଟ ହୁଏ ନାହିଁ ଓ ମାଇକ୍ରୋ ପ୍ଲାଷ୍ଟିକରେ ପରିବର୍ତ୍ତିତ ହୋଇଯାଇଥାଏ । ମାଇକ୍ରୋ ପ୍ଲାଷ୍ଟିକ ମଣିଷ ଓ ପଶୁଙ୍କ ପାଇଁ ହାନିକାରକ ହୋଇପାରେ ।

ଏଥିସହିତ ପେପର କପକୁ ତିଆରି କରିବା ସମୟରେ କେମିକାଲର ଉପଯୋଗ କରାଯାଇଥାଏ । ଏହି କେମିକାଲ ପରିବେଶ ଓ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ତେଣୁ ପ୍ଲାଷ୍ଟିକ କପ ବଦଳରେ ପେପର କପ୍ ବ୍ୟବହାର କରିବା ପୂର୍ବରୁ ଏହାର କ୍ଷତିକାରକ ଦିଗ ପ୍ରତି ସଚେତନ ହେବା ଜରୁରୀ । ତେଣୁ ଆପଣମାନେ ପ୍ଲାଷ୍ଟିକ କପର ବ୍ୟବହାରରୁ ଦୂରେଇ ରୁହନ୍ତୁ । ଏହା ବଦଳରେ ପୁନଃବ୍ୟବହରକ୍ଷମ କପର ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.