fbpx

ରୋହିତ ନୁହେଁ, ବିଶ୍ୱକପ ବେଳେ ଧୱନଙ୍କୁ ମିଳିବ ଅଧିନାୟକ ପଦ! ଟିମ ଇଣ୍ଡିଆରେ ହୋଇପାରେ ଜବରଦସ୍ତ କମବ୍ୟାକ

ନୂଆଦିଲ୍ଲୀ: ଦୁର୍ବଳ ପ୍ରଦର୍ଶନ ଯୋଗୁଁ ବର୍ତ୍ତମାନ ଟିମ ଇଣ୍ଡିଆରୁ ସ୍ଥାନ ହରାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଶିଖର ଧୱନ । ତେବେ ଆସନ୍ତା ଦିନିକିଆ ବିଶ୍ୱକପରେ ତାଙ୍କର କମବ୍ୟାକକୁ ନେଇ ଚର୍ଚ୍ଚା ହେଉଛି । କିନ୍ତୁ ଧୱନଙ୍କୁ ନେଇ ଆହୁରି ଏକ ଚର୍ଚ୍ଚା ହେବାରେ ଲାଗିଛି, ଯାହାର ସମ୍ଭାବନା ଖୁବ ଅଧିକ ରହିଛି । ବିଶ୍ୱକପ ସମୟରେ ସେ ଟିମ ଇଣ୍ଡିଆର ନେତୃତ୍ୱ ନେଇପାରନ୍ତି ବୋଲି କୁହାଯାଉଛି । ମେଗା ଇଭେଣ୍ଟରେ ବିସିସିଆଇ ତାଙ୍କ ଉପରେ ଅଧିନାୟକ ଦାୟିତ୍ୱ ଦେବାର ଅଧିକ ସମ୍ଭାବନା ରହିଛି ।

ଷ୍ଟାର ଓପନର ଶୁଭମନ ଗିଲ ଏବଂ କେ.ଏଲ ରାହୁଲଙ୍କ ସହିତ ଇଶାନ କିଶାନଙ୍କ ଭଳି ଓପନର ଭାରତୀୟ ଟିମରେ ସାମିଲ ରହିଥିବା ବେଳ ବିଶ୍ୱକପରେ ସ୍ଥାନ ପାଇ ନ ପାରନ୍ତି ଶିଖର ଧୱନ । ତେଣୁ ବିସିସିଆଇ ତାଙ୍କୁ ଚୀନରେ ହେବାକୁ ଥିବା ଏସିଆଡ ଗେମ୍ସରେ ଟିମ୍ ବି’ର ଅଧିନାୟକ ପଦ ସହିତ ପଠାଇପାରେ । ଚଳିତବର୍ଷ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଏହି ମେଗା ଇଭେଣ୍ଟରେ ଭାଗ ନେବା ପାଇଁ ଟିମ ଇଣ୍ଡିଆ ରାଜି ହୋଇଛି । ତେବେ ଏହି ସମୟରେ ବିଶ୍ୱକପ ଆୟୋଜନ ହେବାକୁ ଥିବା ବେଳେ ଚୀନକୁ ଭାରତର ବି’ ଟିମ ଯିବ ବୋଲି କହିଛି ବିସିସିଆଇ । ଏହି ଦଳର ଅଧିନାୟକ ପଦରେ ଶିଖର ଧୱନଙ୍କୁ ଦାୟିତ୍ୱ ଦିଆଯାଇପାରେ । ଗତବର୍ଷ ଡିସେମ୍ବର ମାସରୁ ଭାରତୀୟ ଦଳରେ ସ୍ଥାନ ପାଇ ନାହାନ୍ତି ଶିଖର । ତେଣୁ ଏହି ମେଗା ଇଭେଣ୍ଟରେ ଦଳକୁ ଦମଦାର କମବ୍ୟାକ କରିପାରନ୍ତି ବୋଲି କୁହାଯାଉଛି ।

SPORTS BREAKING: BCCI का धांसू प्‍लान, Shikhar Dhawan फिर से

ସୂଚନା ଅନୁସାରେ, ଚୀନରେ ଏସିଆନ ଗେମ୍ସ ସମୟରେ ଭାରତରେ ଦିନିକିଆ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ । ତେଣୁକରି ଏସିଆଡ ଗେମ୍ସରେ ଭାରତ ନିଜର ବି’ ଟିମକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ସେହିପରି ଟିମ ଇଣ୍ଡିଆର ଶ୍ରେଷ୍ଠ ମହିଳା କ୍ରିକେଟ ଟିମ ଏସିଆଡ ଗେମ୍ସରେ ଅଂଶ ନେବ । ଏସିଆ ଗେମ୍ସର ଆୟୋଜନ ସେପ୍ଟେମ୍ବର ୨୩ ତାରିଖରୁ ଅକ୍ଟୋବର ୮ ତାରିଖ ପର୍ୟ୍ୟନ୍ତ ଆୟୋଜନ ହେବାକୁ ଯାଉଛି ଏହି ଏସିଆନ ଗେମ୍ସ । ତେବେ ଆଇସିସି ବିଶ୍ୱକପ ଅକ୍ଟୋବର ୫ ତାରିଖରୁ ନଭେମ୍ବର ୨୩ ତାରିଖ ପର୍ୟ୍ୟନ୍ତ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ ଜୁନ୍ ୩୦ ତାରିଖରେ ସ୍କ୍ୱାଡ ଘୋଷଣା କରିବ ବିସିସିଆଇ । ଏହାପୂର୍ବରୁ ୨୦୧୦ ଏବଂ ୨୦୧୪ ମସିହାରେ ବିସିସିଆଇ ଏସିଆନ ଗେମ୍ସରେ କ୍ରିକେଟ ଇଭେଣ୍ଟରେ ଭାଗ ନେବାକୁ ମନା କରିଥିଲା ଟିମ ଇଣ୍ଡିଆ ।

Get real time updates directly on you device, subscribe now.