fbpx
BJD
BJD SKY
BJD SKY

ଆଜି ନୁହେଁ, ୩୩ ବର୍ଷ ପୂର୍ବରୁ ରାମ ମନ୍ଦିରର ନିର୍ମାଣର ଭବିଷ୍ୟବାଣୀ: ଏବେ ମିଳିଲା ନିମନ୍ତ୍ରଣ ପତ୍ର

BJD

ନୂଆଦିଲ୍ଲୀ: ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଦ୍ରୁତ ଗତିରେ ଜାରି ରହିଛି । ବର୍ତ୍ତମାନ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ବର୍ତ୍ତମାନ ଜାରି ରହିଥିବା ବେଳେ ଏହାକୁ ନେଇ ସାରା ଭାରତ ଉତ୍ସବମୁଖର ହୋଇପଡ଼ିଛି । ତେବେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ନେଇ ଶ୍ରୀରାମ ଭକ୍ତଙ୍କ ଖୁସି କହିଲେ ନ ସରେ । କିନ୍ତୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ବର୍ତ୍ତମାନର ଘଟଣା ନୁହେଁ, ଏ ନେଇ ୩୩ ବର୍ଷ ପୂର୍ବରୁ ଭବିଷ୍ୟବାଣୀ ହୋଇ ସାରିଛି । ଉତ୍ତରପ୍ରଦେଶର ବ୍ରହ୍ମଋଷି ଦେବରାହା ବାବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଉପରେ ଦୀର୍ଘ ୩୩ ବର୍ଷ ପୂର୍ବରୁ ହିଁ ଭବିଷ୍ୟବାଣୀ କରିଛନ୍ତି । ବର୍ତ୍ତମାନ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ବାବାଙ୍କ ଆଶ୍ରମରେ ନିମନ୍ତ୍ରଣ ପତ୍ର ପହଞ୍ଚିଛି ।

ଜାନୁୟାରୀ ୨୨ ତାରିଖରେ ହେବାକୁ ଥିବା ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଏବେ ସାରା ଅଯୋଧ୍ୟା ଚଳଚଞ୍ଚଳ ହୋଇଉଠିଛି । ଏହି ମହା ସମାରୋହରେ ଯୋଗ ଦେବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି । ଏହି କ୍ରମରେ ଉତ୍ତରପ୍ରଦେଶର ଦେବରିଆ ଜିଲ୍ଲା ମଇଲରେ ଅବସ୍ଥିତ ବ୍ରହ୍ମଋଷି ଦେବରାହା ବାବା ଆଶ୍ରମର ମହନ୍ତଙ୍କୁ ମଧ୍ୟ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଇଛି । ଏହାକୁ ନେଇ ଖୁବ ଉତ୍ସାହିତ ରହିଛନ୍ତି ମହନ୍ତ ଶ୍ୟାମ ସୁନ୍ଦର ଦାସ ଜି ମହାରାଜ । ସେ କହିଛନ୍ତି ଯେ, ଯେଉଁ ମହାପୁରୁଷଙ୍କ ଆଶୀର୍ବାଦରୁମନ୍ଦିର ନିର୍ମାଣ ସମ୍ଭବ ହୋଇ ପାରିଛି, ସେଠାରେ ଏବେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ନିମନ୍ତ୍ରଣ ପତ୍ର ମିଳିବା ଏକ ସୌଭାଗ୍ୟର ବିଷୟ ।

ମହନ୍ତ ଶ୍ୟାମ ସୁନ୍ଦର ଦାସ ଜୀ କହିଛନ୍ତି ଯେ, ପ୍ରାୟ ୩୩ ବର୍ଷ ପୂର୍ବେ ଦେବରାଜ ବାବା ମନ୍ଦିର ନିର୍ମାଣ ସମ୍ପର୍କରେ ଆରଏସଏସ ଏବଂ ବିଶ୍ୱ ହିନ୍ଦୁ ପରିଷଦର ନେତାଙ୍କ ଆଗରେ ଭବିଷ୍ୟବାଣୀ କରିଥିଲେ। ଅଶୋକ ସିଙ୍ଘଲ ନିଜେ ବାବାଙ୍କୁ ଭେଟିଥିଲେ। ରାମ ଜନ୍ମଭୂମିକୁ ନେଇ ଇଲାହାବାଦରେ ଦେବରାହା ବାବାଙ୍କ ସଭା ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ ସମସ୍ତ ଶଙ୍କରାଚାର୍ୟ୍ୟ ଉପସ୍ଥିତ ଥିଲେ। ଏହି ସମୟରେ ବାବା କହିଥିଲେ ଯେ ତାଙ୍କର, ମନ୍ଦିର ନିର୍ମାଣ କରିବାର ଇଚ୍ଛା ପୂରଣ ହେବ। ହିନ୍ଦୁ ଏବଂ ମୁସଲମାନ ସମସ୍ତେ ଏକତ୍ର ଭାବରେ ଏହି କାର୍ଯ୍ୟ ସମାପ୍ତ କରିବେ।

ସେହି କାମ ବର୍ତ୍ତମାନ ସତ୍ୟ ପ୍ରମାଣିତ ହେଉଛି । ଏହି ଦିଗରେ ସରକାର ବହୁତ ଦ୍ରୁତ ଗତିରେ କାର୍ୟ୍ୟ କରୁଛନ୍ତି। ଭାରତୀୟ ସଂସ୍କୃତିର ପତାକା ଉଡୁଛି। ସବୁକିଛି ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହେବ । ସେ କହିଥିଲେ ଯେ ଦେବରାହା ବାବା ଆଶ୍ରମରେ ୧୫୦ ବର୍ଷ ପୂର୍ବେ ଲଗାଯାଇଥିବା ଏକ ପାରଜାତ ଗଛ ଅଛି। ଏଠାରେ ଲଗାଯାଇଥିବା ଚମତ୍କାର ଗଛ ଉପରେ ଜୟ ଶ୍ରୀ ରାମ ପତାକା ମଧ୍ୟ ଉଡ଼ୁଛି।

Get real time updates directly on you device, subscribe now.