fbpx

ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଇ-ଭେଇକିଲ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ରାଜ୍ୟ ପରିବହନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ସପ୍ତାହରେ ଇ-ଭେଇକିଲ ନୀତିକୁ ମିଳିଥିଲା ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ । ୨୦୨୫ ସୁଦ୍ଧା ୨୦ ପ୍ରତିଶତ ବ୍ୟାଟେରୀ ଗାଡ଼ି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିପାଇଁ ଗ୍ରାହକ ଓ ବ୍ୟବସାୟୀଙ୍କୁ ପ୍ରୋତ୍ସାହନର ଯୋଜନା ରହିଛି ।

ତେବେ ୨ ଚକିଆ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ ଗ୍ରାହକଙ୍କୁ ୫ ହଜାର ଟଙ୍କାର ସବସିଡି ମିଳିବ । ସେହିପରି ୩ ଚକିଆ ଯାନ କିଣିଲେ ୧୦ ହଜାର ଓ ୪ ଚକିଆ କିଣିଲେ ୫୦ ହଜାର ଟଙ୍କା ରିହାତି ମିଳିବ । ନନ୍-ଏସି ବସ କିଣିଲେ ୨ ଲକ୍ଷ ଟଙ୍କା ଓ ଏସି ଡିଲକ୍ସ ବସ୍ କିଣିଲେ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ଦେବେ ସରକାର । ସରକାରୀ କର୍ମଚାରୀଙ୍କୁ ଶତ ପ୍ରତିଶତ ସୁଧ ରିହାତି ଋଣ ଦିଆଯିବ । ଇ-ଯାନ ଲାଗି ପଞ୍ଜୀକରଣ ଫି ଓ ରୋଡ ଟ୍ରାକ୍ସ ଦେବାକୁ ପଡିବ ନାହିଁ । ୨୦ ହଜାର ଚାର୍ଜିଂ ପ୍ରତିଷ୍ଠା ଲାଗି ୫ ହଜାର ଲେଖାଏଁ ଅନୁଦାନ ଦିଆଯିବ । ଇ-ଯାନ ନିର୍ମାତାଙ୍କୁ ଶତ ପ୍ରତିଶତ ରାଜ୍ୟ ଜିଏସଟି ଛାଡ କରିବ । ସବୁ ଅଂଶୀଦାନଙ୍କ ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି ।

Get real time updates directly on you device, subscribe now.