fbpx
BSKY
BJD YOUTH SKY
BJD MS SKY

ବହୁରୂପୀ କରୋନାର ନୂଆ ଭାରିଏଣ୍ଟ ‘ମୁ’ ; ରହିଛି ଟିକାକୁ ମାତ୍‌ ଦେବାର କ୍ଷମତା

ଜେନେଭା : ବହୁରୂପୀ ମହାମାରୀ କରୋନା ପୁଣିଥରେ ରୂପ ବଦଳାଇଛି । ଏବେ କରୋନାର ନୂଆ ଭାରିଏଣ୍ଟ ‘ମୁ’ ସାମ୍ନାକୁ ଆସିଛି । ଏହାର ବିଜ୍ଞାନ ଭିତ୍ତିକ ନାମ ହେଉଛି ଈ.୧.୬୨୧ । ଏହି ନୂଆ ଭାରିଏଣ୍ଟ ‘ମୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ କରିଛି । କରୋନାର ଏହି ନୂଆ ଭାରିଏଣ୍ଟ କରୋନା ଟିକାକୁ ମଧ୍ୟ ମାତ୍‌ ଦେବାର କ୍ଷମତା ରଖିଥିବା କୁହାଯାଉଛି । ତେଣୁ ଡବ୍ଲୁଏଚ୍‌ଓ ପକ୍ଷରୁ ଏହି ନୂଆ ଭାରିଏଣ୍ଟକୁ ଭାରିଏଣ୍ଟ ଅଫ୍‌ ଇଣ୍ଟରେଷ୍ଟ ତାଲିକାରେ ରଖାଯାଇ ଏହା ଉପରେ ଗବେଷଣା ଆରମ୍ଭ କରାଯାଇଛି । ଏହାର ଅର୍ଥ କରୋନା ଟିକାକୁ ଏହା କେତେ ପରିମାଣର ମାତ୍‌ ଦେବାକୁ ସକ୍ଷମ ଓ ସଂକ୍ରମଣ ହାର କେତେ ରହୁଛି ସେନେଇ ଗବେଷଣା କରାଯାଉଛି ।

“ମୁ’ ଭାରିଏଣ୍ଟ ପ୍ରଥମେ ୨୦୨୧ ମସିହା ଜାନୁଆରୀ ମାସରେ କଲୋମ୍ବିଆରେ ଚିହ୍ନଟ ହୋଇଥିଲା । ଡବ୍ଲୁଏଚ୍‌ଓ ପକ୍ଷରୁ ଏହାକୁ ଅଗଷ୍ଟ ୩୦ ତାରିଖରେ ଭାରିଏଣ୍ଟ ଅଫ ଇଣ୍ଟରେଷ୍ଟ ତାଲିକାଭୁକ୍ତ କରାଯାଇଛି । ଦକ୍ଷିଣ ଆଫ୍ରିକା ଓ ୟୁରୋପରେ ଏହି ଭାରିଏଣ୍ଟରେ ଲୋକମାନେ ସଂକ୍ରମିତ ହୋଇଛନ୍ତି । ଡବ୍ଲ୍ୟୁଏଚ୍‌ଓ ମଙ୍ଗଳବାର ଜାରି କରିଥିବା ନିଜର ସାପ୍ତାହିକ ମହାମାରୀ ବୁଲେଟିନ୍‌ରେ ଦର୍ଶାଇଛି ଯେ ‘ମୁ’ ଭାରିଏଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ମାତ ଦେବାର ଆଶଙ୍କା ରହିଛି । ‘ମୁ’ ଭାରିଏଣ୍ଟର ପ୍ରଭାବ ବିଷୟରେ ନିର୍ଦ୍ଦିଷ୍ଟ ତଥ୍ୟ ହାସଲ ପାଇଁ ଅଧିକ ଗବେଷଣାର ଆବଶ୍ୟକ ରହିଥିବା ଡବ୍ଲୁଏଚ୍‌ଓ ଦର୍ଶାଇଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୦.୧ଧ ଲୋକ ‘ମୁ’ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି । ତେବେ କଲମ୍ବିଆରେ ୩୯ଧ ଓ ଇକ୍ୱିଡରରେ ୧୩ଧ ଲୋକ ଏହି ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି । ଏବେ ସେଠାରେ ପୁଣି ଏହି ଭାରିଏଣ୍ଟ ଦବଦବା ଦେଖାଇବା ଆରମ୍ଭ କରିଛି ।

ଏପର୍ଯ୍ୟନ୍ତ “ମୁ’ ସମେତ କରୋନାର ମୋଟ ୫ଟି ଭାରିଏଣ୍ଟକୁ ଡବ୍ଲୁଏଚ୍‌ଓ ପକ୍ଷରୁ ଭାରିଏଣ୍ଟ ଅଫ ଇଣ୍ଟରେଷ୍ଟ ଭାବେ ବିବେଚନା କରାଯାଇଛି । ଏହା ପୂର୍ବରୁ ୧୯୩ଟି ଦେଶରେ ନିଜ ପ୍ରଭାବ ବିସ୍ତାର କରିଥିବା ଆଲ୍‌ଫା ଭାରିଏଣ୍ଟ ଏବଂ ୧୭୦ଟି ଦେଶରେ ନିଜ ପ୍ରଭାବ ବିସ୍ତାର କରିଥିବା ଡେଲ୍‌ଟା ଭାରିଏଣ୍ଟକୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଭାରିଏଣ୍ଟ ଅଫ୍‌ ଇଣ୍ଟରେଷ୍ଟ ତାଲିକାରେ ରଖାଯାଇଥିଲା ।

Get real time updates directly on you device, subscribe now.