fbpx

ନୟାଗଡ଼ ଗର୍ଭପାତ ମାମଲା; ସ୍ୱାମୀ ସମେତ ୫ ଗିରଫ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସ୍ତ୍ରୀର ଗର୍ଭପାତ କରାଇବା ଅଭିଯୋଗରେ ସ୍ୱାମୀକୁ ଗିରଫ କରିଛି ପୋଲିସ । ନୟାଗଡର ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକରେ ଏହି ଗର୍ଭପାତ କରାଯାଇଥିଲା । ବେଆଇନ ଗର୍ଭପାତ ପାଇଁ ପୋଲିସ ସ୍ୱାମୀ ସମେତ ୫ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ହସ୍ପିଟାଲ ମାଲିକଙ୍କ ପୁଅ, ଦୁଇ ଜଣ ନର୍ସିଂ ଷ୍ଟାଫ ଏବଂ ଜଣେ ଦଲାଲ ରହିଥିବା ଜଣା ପଡିଛି ।
ଏହି ହସ୍ପିଟାଲ ନିକଟରେ ଗର୍ଭପାତ କରାଇବା ନିମନ୍ତେ ଅନୁମତି ମଧ୍ୟ ନାହିଁ । ଗର୍ଭସ୍ଥ ଶିଶୁଟି ୧୭ ସପ୍ତାହ ଚାରି ଦିନର ଥିଲା । ବିନା ଡାକ୍ତରଙ୍କ ପ୍ରେସକ୍ରିପସନରେ ୧୩ ହଜାର ଟଙ୍କାର ଡିଲରେ ଏହି ଗର୍ଭପାତ କରାଯାଇଥିଲା । ଏହା ସହିତ ଗର୍ଭପାତ କରାଯାଇଥିବା ଶିଶୁର ଲିଙ୍ଗ ନିରୂପଣ ପାଇଁ ଚେଷ୍ଟା କରାଯାଉଥିବା ଜଣାପଡିଛି ।

Get real time updates directly on you device, subscribe now.