fbpx

୨୬୫୯ଟି ଅଣଶିକ୍ଷକ ପଦବୀ ପାଇଁ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି: ନିଯୁକ୍ତି ପାଇବେ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟରେ ୭୫୪୦ଟି ଶିକ୍ଷକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ପ୍ରକାଶ ପାଇବ ଆଉ ଏକ ବିଜ୍ଞପ୍ତି । ତୃତୀୟ ପର୍ଯ୍ୟାୟ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହେବା ପରେ ରାଜ୍ୟର ହାଇସ୍କୁଲଗୁଡ଼ିକରେ ଶିକ୍ଷକ ପଦ ଖାଲି ରହିବ ନାହିଁ । ଶିକ୍ଷକମାନେ କେବଳ ପାଠ ପଢ଼ାଇବେ, ସେମାନଙ୍କୁ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଯୋଜନା କରିଥିବା ଜଣାପଡ଼ିଛି ।

ତେବେ ଖୁବଶୀଘ୍ର ୨୨୫୯ଟି ଅଣଶିକ୍ଷକ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିସହିତ ୪ ହଜାର ନିୟମିତ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ପାଇବେ । ରୂପାନ୍ତରିତ ସ୍କୁଲମାନଙ୍କରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ । ଓଏସଏସସି କିମ୍ବା ଓଏସଏସଏସସି ଦ୍ୱାରା ଏହି ଚୟନ ପ୍ରକ୍ରିୟା କରାଯିବ । ରାଜ୍ୟ ସରକାର ୫ଟି ରୂପାନ୍ତରଣ ମାଧ୍ୟମରେ ଗୋଟିଏ ପଟେ ଶିକ୍ଷାର ଭିତ୍ତିଭୂମିକୁ ପ୍ରଭାବଶାଳୀ କରାଉଥିବା ବେଳେ ଅନ୍ୟପଟେ ଶିକ୍ଷକ ଓ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛନ୍ତି ।

ତେବେ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ପ୍ରାଥମିକ ସ୍କୁଲ ସହ ହାଇସ୍କୁଲ ମଧ୍ୟ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ ହୋଇଛି । ସରକାରୀ ସ୍କୁଲର ଗୁଣାତ୍ମକ ଭିତ୍ତିଭିମି ପିଲାମାନଙ୍କୁ ଆକୃଷ୍ଟ କରିଛି । ବିଗତ କିଛି ବର୍ଷ ଧରି ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକରେ ପିଲାଙ୍କ ଆଡମିସନ ପ୍ରତିଶତ ବଢ଼ିଛି । ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ ସହିତ ଉନ୍ନତ ଚିନ୍ତାଧାରା ଶିକ୍ଷା କ୍ଷେତ୍ରକୁ ଏକ ନୂଆ ଦିଗରେ ପହଞ୍ଚାଇବାରେ ସହାୟକ ହୋଇଛି । ରାଜ୍ୟର ହାଇସ୍କୁଲ ରୂପାନ୍ତରଣ ଯୋଜନାର ସଫଳତା ବିଷୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ସର୍ଭେରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.