fbpx
BJD
BJD SKY
BJD SKY

ଜମି ଜବରଦଖଲ ପାଇଁ ବଜରଙ୍ଗବାଲିଙ୍କୁ ନୋଟିସ; ଜମି ଛାଡ ନଚେତ୍ ଉଚ୍ଛେଦ ଖର୍ଚ୍ଚ ବହନ କର, ରେଳ ବିଭାଗର ଚେତାବନୀ

ନୂଆଦିଲ୍ଲୀ : (OMG ) ଓ ମାଇଁ ଗଡ୍ ଫିଲ୍ମରେ ଭଗବାନଙ୍କ ଠାରୁ କ୍ଷତିପୂରଣ ପାଇବା ପାଇଁ ଅଭିନେତା ପରେଶ ରାୱଲଙ୍କୁ ଅନେକ କଶରତ କରିବାକୁ ପଡିଥିଲା । ମନ୍ଦିର,ଚର୍ଚ୍ଚ, ମସଜିତ୍ ଏବଂ ସବୁ ଧାର୍ମିକ ସ୍ଥଳକୁ ନୋଟିସ ପଠାଇଥିଲା । ଯାହା ଫଳରେ ସମସ୍ତ ପୂଜାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟରେ ଲଢେଇ ଚାଲିଥିଲା ଭଗବାନ କିଭଳି ବା କାହା ମାଧ୍ୟମରେ କ୍ଷତିପୂରଣ ବାବଦକୁ ଟଙ୍କା ଫେରସ୍ତ କରିବେ । ସେହି ଅନୁରୂପ ଘଟଣା ଦେଖିବାକୁ ମଧ୍ୟପ୍ରଦେଶରେ । ଜମି ଜବରଦଖଲ ପାଇଁ ବଜରାଙ୍ଗବାଲିଙ୍କୁ ନୋଟିସ୍ ହୋଇଛି । ଏବେ କେଶ ଲଢିବାକୁ କୋର୍ଟକୁ ଯିବେ ବଜରଙ୍ଗବାଲି ।

ମଧ୍ୟପ୍ରଦେଶର ମୋରେନାରେ ରେଳ ବିଭାଗର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ମନ୍ଦିରରେ ରଖାଯାଇଥିବା ପ୍ରଭୁ ବଜରଙ୍ଗବାଲିଙ୍କୁ ବିଭାଗ ନୋଟିସ ଜାରି କରିଛି ରେଳ ବିଭାଗ। ସବୁଠାରୁ ଆଶ୍ଚର୍ୟ୍ୟଜନକ କଥା ହେଉଛି ଏହି ବିଜ୍ଞପ୍ତିରେ ରେଳବାଇ ବଜରଙ୍ଗ ବାଲିଙ୍କୁ ସାତ ଦିନ ମଧ୍ୟରେ ଜବରଦଖଲ ହଟାଇବାକୁ କହିଛି। ଏହା ସହିତ ରେଳବାଇ ପକ୍ଷରୁ ଏକ ଚେତାବନୀ ମଧ୍ୟ ଦିଆଯାଇଛି ଯେ ଯଦି ଜବରଦଖଲ ହଟାନଯାଏ, ତେବେ ରେଳବାଇ ବାଧ୍ୟତାମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ କାର୍ୟ୍ୟାନୁଷ୍ଠାନ ସମୟରେ ଜେସିବି ଇତ୍ୟାଦି ରେ ଯେଉଁ ଖର୍ଚ୍ଚ ହେବ ତାହାର ଭରଣପୋଷଣ ବଜରଙ୍ଗବାଲି କରିବେ । ସୋସିଆଲ ମିଡିଆରେ ରେଳବାଇର ନୋଟିସ ବହୁତ ଭାଇରାଲ ହେବାରେ ଲାଗିଛି।

ବାସ୍ତବରେ ଗ୍ୱାଲିଅର୍-ଶୋପୁର ବ୍ରଡ୍ ଗେଜ୍ ଲାଇନର କାର୍ୟ୍ୟ ଚାଲିଛି ଏବଂ ମୋରେନା ଜିଲ୍ଲାର ସାବଲଗଡ ତହସିଲରେ ବ୍ରଡ ଗେଜ୍ ଲାଇନ ମଧ୍ୟରେ ହନୁମାନ ମନ୍ଦିର ରହିଛି । ଏହା ମଧ୍ୟ କୁହାଯାଉଛି ଯେ ଏହି ମନ୍ଦିର ରେଳ ବିଭାଗ ଜମିରେ ନିର୍ମିତ। ସେଥିପାଇଁ ରେଳ ବିଭାଗ ନିଜେ ଭଗବାନ ହନୁମାନଙ୍କୁ ଏହି ଅଜବ ନୋଟିସ ଜାରି କରିଛନ୍ତି। ଏହି ବିଜ୍ଞପ୍ତିରେ ରେଳ ବିଭାଗ ହନୁମାନଙ୍କୁ ଚିଠି ଲେଖିଛି ଯେ ଆପଣ ଘର ନିର୍ମାଣ କରି ରେଳ ଜମିରେ ଜବରଦଖଲ କରିଛନ୍ତି। ତେଣୁ ସାତ ଦିନ ମଧ୍ୟରେ ସେହି ସ୍ଥାନରୁ ହଟାନ୍ତୁ, ନହେଲେ ରେଳ ବଭାଗ ପକ୍ଷରୁ ଆପଣଙ୍କୁ ଜବରଦଖଲରୁୁ ଉଛେଦ କରାଯିବ, ସେହି ବାବଦରେ ଖର୍ଚ୍ଚ ହେବା ଟଙ୍କାକୁ ଆପଣଙ୍କ ଠାରୁ ଆଦାୟ କରାଯିବ । ଏହି ଆସିଷ୍ଟାଣ୍ଟ ଡିଭିଜନାଲ ଇଞ୍ଜିନିୟର ଗ୍ୱାଲିଅର ଏବଂ ଷ୍ଟେସନ ଦାୟିତ୍ୱରେ ଥିବା ପ୍ରଭାରୀ ଗ୍ୱାଲିଅରକୁ ମଧ୍ୟ ପଠାଯାଇଛି।

ଫେବୃଆରୀ ୮ ରେ ସାବଲଗଡରେ ଅବସ୍ଥିତ ବଜରଙ୍ଗବାଲି ମନ୍ଦିରକୁ ଝାନସୀ ରେଳ ବିଭାଗର ସିନିୟର ସେକ୍ସନ୍ ଇଞ୍ଜିନିୟର ଜୋରା ଆଲାପୁରଙ୍କ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ଝାନସୀ ରେଳ ବିଭାଗ ପକ୍ଷରୁ କୁହାଯାଇଛି, ମନ୍ଦିର ମାଲିକଙ୍କ ନାମ ପରିବର୍ତ୍ତେ ଭୁଲରେ ଭଗବାନ ବଜରଙ୍ଗବାଲି ନୋଟିସରେ ଲେଖାଯାଇଛି, ଏହାକୁ ସଂଶୋଧନ କରାଯିବ ।

Get real time updates directly on you device, subscribe now.